Wed. Oct 14th, 2026

ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ଆଧାର ସଂଯୋଗ ଆବେଦନକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

386 Views

ନୂଆଦିଲ୍ଲୀ  : ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ଆଧାର ନମ୍ବର ସଂଯୋଗ ପାଇଁ କରାଯାଇଥିବା ଜନସ୍ୱାର୍ଥ ମାମଲା ଆବେଦନକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି।ଶୀର୍ଷ ଅଦାଲତ କହିଲେ ଯେ ମାଡ୍ରାସ ହାଇକୋର୍ଟ ଏହାର ଶୁଣାଣି କରୁଛନ୍ତି। ସବୁ ମାମଲା ସୁପ୍ରିମ୍‌ କୋର୍ଟକୁ ଆସିବା ଅନାବଶ୍ୟକ।

ଖଣ୍ଡପୀଠ କହିଲେ: ମାମଲା ମାଡ୍ରାସ ହାଇକୋର୍ଟଙ୍କ ପାଖରେ ରହିଛି, ଆପଣ ସେଠାକୁ ଯାଆନ୍ତୁ। ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମକୁ କବଳିତ କରୁଥିବା ଜାଲ୍‌ ଏବଂ ଟ୍ରୋଲ୍‌ ଆକାଉଣ୍ଟ୍‌ଗୁଡ଼ିକୁ ବନ୍ଦ କରାଇବା ଉଦ୍ଦେଶ୍ୟରେ ଓକିଲ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏହି ମାମଲା ଦାଏର କରିଥିଲେ। ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ଗୁଡ଼ିକୁ ଆଧାର ନମ୍ବରରେ ସଂଯୋଗ କରିବାକୁ ସରକାରଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେବା ନିମନ୍ତେ ଏହି ଆବେଦନରେ ଉଲ୍ଲେଖ କରାଯାଇଥିଲା।

By amfnews

Related Post