Sun. Oct 4th, 2026

ମହଙ୍ଗା ପଡ଼ିଲା ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା : ପୁଲିସ ଅଧିକାରୀ ଥାନାରେ ଅଟକ

284 Views

ଭବାନୀପାଟଣା: ମାଲକାନଗିରିର ଜଣେ ରସିକିଆ ପୁଲିସ ଅଧିକାରୀଙ୍କୁ ଥାନାରେ ଅଟକ ରଖାଯାଇଥିବାର ଖବର ମିଳିଛି। ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକ କଳାହାଣ୍ଡି ପୁଲିସ ଦ୍ବାରା ଅଟକ ହୋଇଛନ୍ତି। କେସିଙ୍ଗା ଥାନାର ଜଣେ ବିବାହିତା ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ପୁଲିସ୍ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମହିଳା କନେଷ୍ଟବଳ ପୂର୍ବରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏନେଇ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନାରେ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ଅକ୍ଷୟ ନାୟକ କେସିଙ୍ଗା ଥାନାରେ ପୂର୍ବରୁ ଏସଡିପିଓ ଭାବେ ଅବସ୍ଥାପିତ ଥିଲେ।

By amfnews

Related Post