Fri. Jul 3rd, 2026

ଅନୁଭବ-ବର୍ଷାଙ୍କ ଘରୋଇ କଳିର ଆଉ ଏକ ଭିଡିଓ ଭାଇରାଲ

334 Views

କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ମାମଲାର ଚର୍ଚ୍ଚାକୁ ଆଜି ପୁଣି ଏକ ଖୋରାକ ମିଳିଛି। ବର୍ଷାଙ୍କ ବେଡ୍‌ରୁମ୍‌ ପାଖରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଅନୁଭବ ରୁମ୍‌ ଭିତରକୁ ଯିବାକୁ ଅନୁମତି ମାଗୁଥିବା ଦେଖା ଯାଇଥିବା ବେଳେ ବର୍ତ୍ତମାନ ମାମଲା କୋର୍ଟରେ ଥିବାରୁ ବର୍ଷା ତାଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଛି।

ବର୍ଷାଙ୍କ ସୁରକ୍ଷା ପାଇଁ ଥିବା ପୁଲିସ୍‌ କର୍ମଚାରୀଙ୍କ ଭୂମିକାକୁ ନେଇ ଅନୁଭବ ପ୍ରଶ୍ନ ଉଠାଇବା ସହ ଅନ୍ୟମାନେ ଯଦି ଆସିବେ ତେବେ ତାଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ସେ ଆଣିବେ ବୋଲି କହୁଥିବା ଦେଖାଯାଇଛି। କେବଳ ଏତିକି ନୁହେଁ, ଭିଡିଓରେ ଉଭୟ ପରସ୍ପରର ଚରିତ୍ର ଉପରେ ଦୋଷାରୋପ କରୁଥିବା ଦେଖାଯାଇଥିଲା। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାରେ ରହିଛି।

ଉଲ୍ଲେଖଯୋଗ୍ୟ,  ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ବୁଧବାର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ରାଜ୍ୟ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେବା ପରେ ଏ ନେଇ ଖୁବଶୀଘ୍ର ଅନୁଭବଙ୍କୁ ନୋଟିସ୍ କରାଯିବ ବୋଲି ଜଣାପଡ଼ିଛି।

By amfnews

Related Post