Thu. Oct 15th, 2026

ଭେଣ୍ଟିଲେଟରରେ ସରଭାନା ଭବନ ପ୍ରତିଷ୍ଠାତା ପି ରାଜଗୋପାଲ

386 Views

ଚେନ୍ନାଇ  : ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଖାଦ୍ୟ ଚେନ୍‌ ସରଭାନା ଭବନର ପ୍ରତିଷ୍ଠାତା ପି ରାଜଗୋପାଲ ଏବେ ଗୁରୁତର ଅସୁସ୍ଥ ହୋଇଛନ୍ତି। ଶନିବାର ତାଙ୍କର ହୃଦଘାତ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ଷ୍ଟାନଲେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ରାଜଗୋପାଲଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହେଉଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି। ୨୦୦୧ରେ ରାଜଗୋପାଲ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ଝିଅଙ୍କ ସ୍ୱାମୀକୁ ହତ୍ୟା କରିଥିଲେ। ସେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ପୁଲିସ୍‌ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିବା ରାଜଗୋପାଲ ଜୁଲାଇ ୭ରେ ଆତ୍ମସମର୍ପଣ କରିଥିଲେ।

By amfnews

Related Post