Thu. Oct 15th, 2026

ଭୁଶୁଡ଼ିଲା ୪ ମହଲା କୋଠା, ଧ୍ୱଂସାବଶେଷ ତଳେ ୪୦ରୁ ୫୦ ଜଣ ଫସିଥିବା ଆଶଙ୍କା

378 Views

ମୁମ୍ବାଇ : ଲଗାଣ ବର୍ଷା ଯୋଗୁ ମୁମ୍ବାଇର ଜନଗହଳୀପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଆଜି ମଧ୍ୟାହ୍ଣ ସମୟରେ ଘଟିଥିବା ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ, ଧ୍ୱଂସାବଶେଷ ତଳେ ୪୦ରୁ ୫୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଏନ୍‌ଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛି।

କୋଠା ଭୁଶିଡ଼ା ସ୍ଥାନଟି ଏକ ଛୋଟିଆ ଗଳି ମଧ୍ୟରେ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି। ଡୋଙ୍ଗ୍ରୀର ତାନ୍ଦେଲ ରାସ୍ତାରେ ଥିବା କେସରବାଈ ବିଲଡିଂଟି ଭୁଶୁଡ଼ିବା କୁହାଯାଇଛି। ଏଯାଏ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଏହା ଲେଭଲ-୨ ଧରଣର ଦୁର୍ଘଟଣା।

By amfnews

Related Post