Fri. Aug 21st, 2026

ଭୁବନେଶ୍ୱର ବିମାନ ବନ୍ଦରରୁ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ବିସ୍କୁଟ୍‌ ଜବତ

386 Views

ଭୁବନେଶ୍ୱର: ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ବାଟ ଦେଇ ନୂଆଦିଲ୍ଲୀ ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ କଷ୍ଟ୍ୟୁମ୍‌ ବିଭାଗ କର୍ମଚାରୀମାନେ ସୁନା ବିସ୍କୁଟ୍‌ ଜବତ କରିଛନ୍ତି।

ଜବତ୍‌ ସୁନାର ଓଜନ ପ୍ରାୟ ୬୧୦ ଗ୍ରାମ ଓ ମୂଲ୍ୟ ପାଖାପାଖି ୨୦ ଲକ୍ଷ ଟଙ୍କା ହେବ। ପୁଲିସ ଅମର ସିଂହ ନାମକ ସେ ଯାତ୍ରୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

ସୁନା ବିସ୍କୁଟ୍‌ଗୁଡ଼ିକ ଅଷ୍ଟ୍ରେଲିଆ ନିର୍ମିତ ଏବଂ ଅମରଜିତ ସେଗୁଡ଼ିକୁ ତାଙ୍କ ପଗଡ଼ିରେ ଲୁଚାଇ ରଖି ଆଣିଥିଲେ। ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରି ସେ ଦିଲ୍ଲୀ ଯିବାକୁ ବାହାରି ଥିବା ବେଳେ ଧରାପଡ଼ିଥିଲେ।

By amfnews

Related Post