Thu. Oct 8th, 2026

ବିଜେପି ଆରମ୍ଭ କଲା ‘ମୈଁ ଭି ଚୌକିଦାର୍‌ ଅଭିଯାନ’, ଆଜି ୨୫ ଲକ୍ଷ ‘ଚୌକିଦାର’ଙ୍କୁ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ ମୋଦି

338 Views

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଆଉ ମାସେରୁ କମ୍‌ ଥିବା ବେଳେ ଭାରତୀୟ ଜନତା ପାଟି ନିଜର ‘ମୈଁ ଭି ଚୌକିଦାର ଅଭିଯାନକୁ ତୀବ୍ରତର କରୁଛି। ବୁଧବାର ଦିନ ଅଡିଓ ବ୍ରିଜ୍‌ ଟେକ୍ନୋଲଜି ଜରିଆରେ ସମଗ୍ର ଦେଶର ୨୫ ଲକ୍ଷ ଚୌକିଦାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଭିଭାଷଣ ପ୍ରଦାନ କରିବେ।

ତାଙ୍କ ଟୁଇଟର୍‌ ହ୍ୟାଣ୍ଡେଲ୍‌ର ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ‘ଚୌକିଦାର’ ଯୋଗ କରିବା ପରେ ଶନିବାର ଦିନ ପାର୍ଟି ‘ମୈଁ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଥିଲା। ଦଳର ଅଧ୍ୟକ୍ଷ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କ ସମେତ ଦଳର କେତେକ ନେତା ଏହାକୁ ଅନୁସରଣ କରି ମାଇକ୍ରୋବ୍ଲଗ୍‌ ସାଇଟ୍‌ରେ ସେମାନଙ୍କ ନାମ ସହ ‘ଚୌକିଦାର’ ଯୋଗ କରିଛନ୍ତି।

ବୁଧବାର ଦିନ ବିଜେପି ‘ମୈଁ ଭି ଚୌକିଦାର’ କଲର୍‌ ଟ୍ୟୁନ୍‌ ଲଞ୍ଚ୍‌ କରିଛି। ଏହି ଟ୍ୟୁନ୍‌କୁ ବିଭିନ୍ନ ସେଲୁଲାର୍‌ ନେଟ୍‌ଓ୍ଵାର୍କର ଗ୍ରାହକମାନେ ଆକ୍‌ସେସ୍‌ ଓ ଡାଉନ୍‌ଲୋଡ୍‌ କରି ପାରିବେ।

ମଙ୍ଗଳବାର ଦିନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦାବି କରିଛନ୍ତି ଯେ ‘ମୈଁ ଭି ଚୌକିଦାର’ ୨୦ ଲକ୍ଷ ଥର ହାସ୍‌ଟିଙ୍ଗ୍‌ ହୋଇ ଏହି ଅଭିଯାନ ଗଣ ଆନ୍ଦୋଳନ ପାଲଟି ଗଲାଣି। ଏହାର ଇମ୍ପ୍ରେସନ୍‌ ହେଉଛି ୧୬୮୦ କୋଟି।ମାର୍ଚ ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ୫୦୦ଟି ସ୍ଥାନର ନିରାପତ୍ତା କର୍ମଚାରୀମାନଙ୍କୁ ଭିଡିଓ କନ୍‌ଫରେନ୍‌ସ୍‌ ଯୋଗେ ସମ୍ଭାଷଣ ଦେବେ।

By amfnews

Related Post