Thu. Jul 2nd, 2026

ଭୁବନେଶ୍ୱର ଘରମାଲିକଙ୍କ ନିର୍ଯାନାରେ ସରବ୍ୟ ହୋଇ ଥାନାରେ ଫେରାଦ ହେଲେ ସହାୟିକା ଯୁବତୀ

316 Views

ବାଲେଶ୍ୱର: ଦେଢ଼ ବର୍ଷ ହେଲା ଘରମାଲିକଙ୍କ ନିର୍ଯାତନାରେ ସରବ୍ୟ ହୋଇ ଜଣେ ସହାୟିକା ଶେରଗଡ଼ ଫାଣ୍ଡିରେ ଅଭିଯୋଗ କରିଛନ୍ତି।
ପିଡ଼ୀତା ଯୁବତୀ ହେଉଛନ୍ତି ଖନ୍ତାପଡ଼ା ଥାନା ଅନ୍ତର୍ଗତ ତେଲିପଡ଼ିପାଟଣା ଗ୍ରାମର ୨୨ ବର୍ଷୀୟ ଛବି ପରିଡ଼ା।

ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନ ଥିବା ଛବିଙ୍କୁ ୨୦୧୭ ମସିହା ନଭେମ୍ବର ମାସରେ ତାଙ୍କର ପଡ଼ୋଶୀରେ ଥିବା ସମ୍ପର୍କୀୟା ଖୁଡ଼ୀ ରଞ୍ଜିତା ମହାପାତ୍ର ଭୁବନେଶ୍ୱରର ସତ୍ୟରଞ୍ଜନ ଦାସଙ୍କ ଘରେ ମାସିକ ଟ. ୫୦୦୦/-ରେ ରଖାଇ ଦେଇଥିଲେ।

ଛବିଙ୍କର କାମ ଥିଲା ଘରଦ୍ୱାରା ଓଳାଇବା ଓ ବୋଲହାକ କରିବା। କିନ୍ତୁ, ଛଅ ମାସ ପରେ ସତ୍ୟରଞ୍ଜନଙ୍କ ପରିବାର ଛବିଙ୍କୁ ବାସନ ମାଜିବା, ଗୋଡ଼ଘଷିବା ଠାରୁ ଆରମ୍ଭ କରି ଯାବତୀୟ କାର୍ଯ୍ୟ କରାଇଲେ। ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମାଡ଼ଗାଳି ଦେଲେ। ଛବିଙ୍କ ପରିବାର ଲୋକଙ୍କୁ ମଧ୍ୟ ତାଙ୍କ ସହ କଥାବାର୍ତ୍ତା କରାଇ ଦେଲେ ନାହିଁ। ଘରୁ କିଏ କେମିତି ଫୋନ୍‌ କଲେ ଉତ୍ତର ମିଳେ ସେ ହାଇଦ୍ରାବାଦରେ ରହୁଛି ସେଠି ତା’ ସହ ଯୋଗାଯୋଗ ସମ୍ଭବ ନୁହେଁ। ଛବି କନ୍ଦାକଟା କରି ଘରଲୋକଙ୍କ ସହ କଥାବାର୍ତ୍ତା କରିବାକୁ ଜିଗର କଲେ ତାଙ୍କୁ ଧମକଚମକ ଦେଇ ମୋବାଇଲ୍‌ ସ୍ପିକର୍‌ ଅନ୍‌ କରି – ମୁଁ ଭଲରେ ଅଛି ବୋଲି କହିବାକୁ ସତ୍ୟରଞ୍ଜନଙ୍କ ଘର ଲୋକେ କହନ୍ତି।

ଦରମା ବାବଦକୁ ମାସକୁ ଟ. ୧୫୦୦/- ଲେଖାଏଁ ଛବିଙ୍କ ଘରେ ଦେଇ ବାକି ଟଙ୍କା ରଞ୍ଜିତା ନିଜେ ରଖୁଥିଲେ ବୋଲି ପରେ ଜଣାପଡ଼ିଛି।
ନିକଟରେ ଛବିଙ୍କ ବଡ଼ବାପା ଓ ବଡ଼ମାଆଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ଛବିଙ୍କ ସହ କଥାବାର୍ତ୍ତା କରିବାକୁ ଚାହିଁଲେ, କିନ୍ତୁ ସେ ଭୁବନେଶ୍ୱରରେ ନାହିଁ କହି କଥା ଟାଳି ଦିଆଗଲା।

ବାଧ୍ୟ ହୋଇ ଛବିଙ୍କ ବାପା ଭୁବନେଶ୍ୱର ଆସିଲେ ଛବିଙ୍କୁ ଭେଟିବା ପାଇଁ। ମାତ୍ର ତାଙ୍କୁ ଝିଅ ସହ ଭେଟ କରାଇ ଦିଆଗଲା ନାହିଁ। କୌଣସି ମତେ ଝିଅକୁ ଭେଟି ବାପା ଝିଅକୁ ନେଇ ଘରକୁ ଚାଲି ଆସିଲେ।

‘ନେସନ୍‌ ପ୍ରାଇଡ୍‌’ ନାମକ ସ୍ୱେଚ୍ଛାସେବୀ ସଂଗଠନ ଏ ଘଟଣା ଜାଣିବା ପରେ ଛବିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ନେବାକୁ କହିବାରୁ ରଞ୍ଜିତାା ସେମାନଙ୍କୁ ବାଧା ଦେଇ ନିଜେ ଛବିଙ୍କୁ ନେଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସେଠାରେ ଚିକିତ୍ସାଧୀନା ଥିବା ଛବି ଏ ସଂକ୍ରାନ୍ତରେ ଶେରଗଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

By amfnews

Related Post