Fri. May 15th, 2026

କୋଚିଳା ନଈପଠାରୁ ଉଦ୍ଧାର ଅଚେତ ଝିଅର ମୃତ୍ୟୁ

261 Views

ଭଦ୍ରକ: ଧାମନଗର ବ୍ଲକ୍‌ ଅଞ୍ଚଳର ଅର୍ଜୁନପୁର ପାଖ କୋଚିଳା ନଦୀପଠାରୁ ମୃତପ୍ରାୟ ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସାଧୀନା ଥିବା ଜଣେ ଝିଅର ରବିବାର ସକାଳେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ମୃତ୍ୟୁ ଘଟିଛି।

ପ୍ରଥମେ ପରିଚୟ ଜଣାପଡ଼ି ନ ଥିବା ସେ ମୃତା ଝିଅଟି ହେଉଛି ଯାଜପୁର ଜିଲ୍ଲା ଅହିୟାସ ଗ୍ରାମର ମୀର୍‌ ସରାଫତଙ୍କ ଝିଅ ତବସୁମ୍‌ ଖାତୁନ୍‌। ସେ ଅହିୟାସ ହାଇସ୍କୁଲ୍‌ର ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ।

ଦୁଇ ଦିନ ତଳେ ତବସୁମ୍‌ଙ୍କୁ ଅଚେତ ଅବସ୍ଥାରେ ଦୁଇଜଣ ଯୁବକ ଆଣି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛାଡ଼ି ପଳାଇଥିଲେ। ସେଠାରେ ତାର ସ୍ୱାସ୍ଥ୍ୟାବସ୍ଥା ନ ସୁଧୁରିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ମେଡିକାଲ୍‌ ତରଫରୁ ଆମ୍ବୁଲାନ୍‌ସ୍‌ ଯୋଗେ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା।

ତବସୁମ୍‌ଙ୍କୁ ଧାମନଗର ଡାକ୍ତରଖାନାରେ ଛାଡ଼ି ଯାଇଥିବା ଦୁଇ ଅଜ୍ଞାତ ଯୁବକଙ୍କ ଫଟୋ ସେଠାକାର କର୍ମଚାରୀମାନେ ଉଠାଇଥିଲେ। ସେ ଫଟୋକୁ ମଙ୍ଗଳପୁର ଥାନା ପୁଲିସ ପାଖକୁ ପଠାଇ ଦିଆଯାଇଛି ଏବଂ ତାହାକୁ ଆଧାର କରି ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଖୋଜିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post