Fri. Jul 3rd, 2026

ଭୁବନେଶ୍ବରରେ ଚଢ଼ଉ ବେଳେ ଧରାପଡ଼ିଲା ନିଶା ବେପାରୀ, ୩୦୦ ଗ୍ରାମ ବ୍ରାଉନ୍ ସୁଗାର ଜବତ୍

306 Views

ଭୁବନେଶ୍ବର  : ରାଜଧାନୀ ଭୁବନେଶ୍ବର ଉପକଣ୍ଠସ୍ଥ ଖଣ୍ଡଗିରି ଥାନା ଅଞ୍ଚଳରୁ ୩୦୦ ଗ୍ରାମ ବ୍ରାଉନ୍ ସୁଗର ଜବତ ହୋଇଛି। ଭୁବନେଶ୍ବର ସ୍ପେଶାଲ୍ ସ୍କ୍ବାର୍ଡ ଓ ଖଣ୍ଡଗିରି ଥାନା ପୁଲିସର ଏକ ମିଳିତ ଟିମ୍ ପକ୍ଷରୁ ଚଢ଼ଉ ସମୟରେ ଏହି ବ୍ରାଉନ୍ ସୁଗର ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ସକାଳେ ପୁଲିସ ପକ୍ଷରୁ ସ୍ଥାନୀୟ କଳିଙ୍ଗ ନଗର ବଗ ପାର୍କ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଧରାପଡ଼ିଥିବା ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ସନ୍ତୋଷ କୁମାର ପଣ୍ଡାଙ୍କଠାରୁ ୩୦୦ ଗ୍ରାମ ବ୍ରାଉନ୍ ସୁଗର ଜବତ ହୋଇଥିଲା। ଜବତ ବ୍ରାଉନ୍ ସୁଗରର ବଜାର ମୂଲ୍ୟ ୨୧୪୩୬୦ ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଅଭିଯୁକ୍ତ ସନ୍ତୋଷଠାରୁ ଗୋଟିଏ ମୋଟର ସାଇକେଲ୍ ଓ ୫ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ସେ ନିଶା କାରବାର ସଂପୃକ୍ତ ବୋଲି ପୁଲିସ ସନ୍ଦେହ କରୁଛି। ଅଧିକ ତଥ୍ୟ ହାସଲ ଲାଗି ତାକୁ ପଚରାଉଚରା ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ସନ୍ତୋଷ କୁମାର ପଣ୍ଡା ଜଣେ ପେସାଦାର ଅପରାଧୀ ଓ ତା’ନାମରେ ବିଭିନ୍ନ ଥାନାରେ ୬ଟି ଡକାୟତି ଓ ରାହାଜାନୀ ମାମଲା ରହିଛି। ‌ବଳଙ୍ଗା ଥାନାରେ ତା’ନାମରେ ୨ଟି ଗିରଫ ପରୱାନା ମଧ୍ୟ ରହିଛି।

By amfnews

Related Post