Skip to content
317 Views
କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମଙ୍କୁ ସିବିଆଇ ଗିରଫ କରିବା ତାଙ୍କପାଇଁ ଭଲ ଖବର ବୋଲି କିଛି ଦିନତଳେ ଇନ୍ଦ୍ରାଣୀ ମୁଖାର୍ଜୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କର ବୟାନ ଲାଗି ପି. ଚିଦମ୍ବରମ ଗିରଫ ହୋଇଛନ୍ତି। ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ଏବଂ ଇଡିକୁ ଜେରା ବେଳେ କହିଥିଲେ କି ଆଇଏନ୍ଏକ୍ସ ମିଡିଆର ମଂଜୁରି ବେଳେ ପି. ଚିଦମ୍ବରମ ତାଙ୍କ ପୁଅ କାର୍ତ୍ତୀ ଚିଦମ୍ବରମଙ୍କୁ ତାଙ୍କ ବ୍ୟବସାୟରେ ସହାୟତା କରିବାକୁ କହିଥିଲେ।
ସୂଚନାଯୋଗ୍ୟ ଯେ ସଂପ୍ରତି ଇନ୍ଦ୍ରାଣୀ ମୁଖାର୍ଜୀ ନିଜ ଝିଅ ଶୀନା ଭୋରାଙ୍କ ହତ୍ୟା ମାମଲାରେ ଜେଲରେ ଅଛନ୍ତି।