Sun. Oct 4th, 2026

ଭିଜୁଆଲ୍ ଏଡିଟର୍‌ଙ୍କ କାଷ୍ଟିଂ କାଉଚ୍, ନାବାଳିକାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତାଇ ଗିରଫ

292 Views

ଭୁବନେଶ୍ବର : ପୁଣି ଉଠିଛି କାଷ୍ଟିଂ କାଉଚ୍‌ ମାମଲା। କୌଣସି ଅଭିନେତ୍ରୀ ନୁହଁନ୍ତି, ବରଂ ଜଣେ ଯୁବକଙ୍କୁ ଆଲବମ୍‌ରେ ଅଭିନୟ କରିବା ପାଇଁ ସୁଯୋଗ ଦେବା ଆଳରେ ତାଙ୍କ ନାବାଳିକା ସାନଭଉଣୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିଲା। ଅସହ୍ୟ ହେବାରୁ ଆଜି ନାବାଳିକାଜଣଙ୍କ ୩ ମହଲା ବାଲ୍‌କୋନିରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ନୀଳାଦ୍ରିବିହାର ଅଞ୍ଚଳରେ ଭିଡିଓ ଏଡିଟିଂ ଷ୍ଟୁଡିଓ କରିଥିବା ପ୍ରକାଶ ପରିଡ଼ା(୨୨)। ଘର ଢେଙ୍କାନାଳ ସତ୍ୟବିହାରରେ। ନାବାଳିକାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ନେଇ ତା’ ବିରୋଧରେ ସଂଗିନ୍‌ ଦଫା ଲାଗିଛି।

ନାବାଳିକାଙ୍କ ବ୍ୟକ୍ତିଗତ ମୋବାଇଲ୍ ନମ୍ବରକୁ ପ୍ରକାଶ ଗତ ୩ ମାସ ହେବ ବିଭିନ୍ନ ପ୍ରକାର ଅଶ୍ଳୀଳ ମେସେଜ୍‌ ଓ ଛବି ପଠାଇଉଥିଲା। ଯାହାକୁ ନେଇ ନାବାଳିକାଜଣଙ୍କ ମାନସିକ ଚାପରେ ଥିଲେ। ତେବେ ଏଥିରେ ଅତିଷ୍ଠ ହୋଇ ଆଜି ସେ ୩ ମହଲା ବାଲକୋନିରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ଏନେଇ ପରିବାର ପକ୍ଷରୁ ଡିସିପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କର‌ାଯିବାରୁ ଚନ୍ଦ୍ରଶେଖରପୁର ଥାନାକୁ ତଦନ୍ତ‌ଭାର ଦିଆଯାଇଥିଲା।

By amfnews

Related Post