Sun. Oct 4th, 2026

ବ୍ୟାଟେରି ଚୋରି ଅଭିଯୋଗରେ ଜଣେ ଗିରଫ

404 Views

ଭୁବନେଶ୍ବର : ବ୍ୟାଟେରି ଚୋରି ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ନୟାଗଡ଼ ଶରଣକୁଳର ସୁକାନ୍ତ କୁମାର ଦଳେଇକୁ ଗିରଫ କରିଛି। ଏଠାରେ ସେ ଝରଣାବସ୍ତିରେ ରହେ। ଗତକାଲି ସେ ରା‌କେଶ କୁମାର ଖଟୁଆ ନାମକ ଜଣେ ଅଟୋ ମାଲିକଙ୍କ ବ୍ୟାଟେରି ଚୋରି କରୁଥିବା ବେଳେ ଧରା ପଡ଼ିଥିଲା। ଆଜି ପୁଲିସ ସୁକାନ୍ତକୁ କୋର୍ଟଚାଲାଣ କରିଛି। ପୁଲିସ ତା’ ଠାରୁ କିଛି ବ୍ୟାଟେରି ମଧ୍ୟ ଜବତ କରିଛି।

By amfnews

Related Post