Sat. Sep 12th, 2026

ଭାଲୁକୁଣୀ ଓଷା ପାଇଁ ନଈରୁ ପାଣି ଉଠାଇବା ବେଳେ ଭାସି ଗଲେ ପାଞ୍ଚ ଝିଅ; ୪ ଉଦ୍ଧାର, ଜଣେ ନିଖୋଜ

263 Views

ହିଞ୍ଜିଳିକାଟୁ : ରବିବାର ସକାଳ ପ୍ରାୟ ୭: ୩୦ ସମୟରେ ଋଷିକୁଲ୍ୟା ନଈରେ ଭାସି ଯାଉଥିବା ୫ ଜଣ ଝିଅଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଆଉ ଜଣେ ଝିଅ ନିଖୋଜ ହୋଇଯାଇଛି।

କାଞ୍ଜିଆମା ଗାଁର ଏଇ ଝିଅମାନେ ଭାଲୁକୁଣୀ ଓଷା ନିମନ୍ତେ ପାଣି ଉଠାଇବାକୁ ନଈକୁ ଯାଇଥିଲେ। କୌଣସି କାରଣରୁ ଗୋଡ଼ ଖସି ଯିବାରୁ ସେମାନେ ନଈସୁଅରେ ଭାସିଯାଇଥିଲେ। ନଈକୂଳରେ ଉପସ୍ଥିତ ଥିବା ସ୍ଥାନୀୟ ଅଧିବାସୀମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ୪ଜଣକୁ କୂଳକୁ ଆଣିବାରେ ସମର୍ଥ ହୋଇଛନ୍ତି।ଅନ୍ୟ ଜଣେ ଝିଅ ଜଳରାଶି ମଧ୍ୟରେ ନିଖୋଜ ହୋଇଯାଇଛି। ତା’ର ସନ୍ଧାନ ନେବା ପାଇଁ ଲୋକେ ହିଞ୍ଜିଳି ଦମକଳବାହିନୀକୁ ଖବର ଦେଇଛନ୍ତି। ନିଖୋଜ ବାଳିକାଜଣକ ହେଉଛନ୍ତି ସିଲି ବେହେରା। ନଈରୁ ଉଦ୍ଧାର ହୋଇଥିବା ବାଳିକାମାନେ ହେଲେ ପୂଜା ବେହେରା, ରୂପାଲୀ ବେହେରା, ବିକି ବେହେରା ଓ ପୂଜା ଜେନା।

By amfnews

Related Post