Tue. Aug 18th, 2026

ମାଓବାଦୀଙ୍କ ସହ ଗୁଳିବିନିମୟ ବେଳେ ଆହତ ଯବାନ ସହିଦ୍ ହେଲେ

234 Views

ରାୟପୁର  : ନକ୍ସଲଙ୍କ ଗୁଳିରେ ଆହତ ହୋଇ ଚିକିତ୍ସିତ ହେଉଥିବା ସିଆରପିଏଫ୍ ଯବାନ ରାଜୁ ନେତାମ୍ ଆଜି ସହିଦ୍ ହୋଇଛନ୍ତି। ଗତକାଲି ଛତିଶଗଡ ଅବୁଜମଢ଼ରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ସେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଗୁଳିବିନିମୟ ବେଳେ ଯବାନଙ୍କ ଗୁଳିରେ ୫ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା।

ଏବେ ସହିଦ ଯବାନଙ୍କ ମର ଶରୀରକୁ ରାୟପୁର ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ରେ ରଖାଯାଇଛି। ସେହିପରି ଗତକାଲି ଆହତ ହୋଇଥିବା ଆଉ ଜଣେ ଯବାନଙ୍କୁ ଆଜି ରାୟପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ପୁଲିସ ନାରାୟଣପୁରରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ନକ୍ସଲ ଯବାନଙ୍କ ଉପରେ ପ୍ରଥମେ ଗୁଳି ଚଳାଇଥିଲେ ବୋଲି ଡିଆଇଜି ପିଆର ପୌକରା କହିଥିଲେ।

By amfnews

Related Post