Thu. Sep 3rd, 2026

ଭାରତ-ନ୍ୟୁଜିଲାଣ୍ଡ୍‌ ସେମି ଫାଇନାଲ: ମଞ୍ଚେଷ୍ଟରରେ ଆକାଶ ମେଘାଚ୍ଛନ୍ନ, କିନ୍ତୁ ବର୍ଷା ହୋଇ ନାହିଁ

205 Views

ମଞ୍ଚେଷ୍ଟର : ଭାରତ-ନ୍ୟୁଜିଲାଣ୍ଡ୍‌ ସେମି ଫାଇନାଲ ମ୍ୟାଚ ସମୟରେ ବର୍ଷା ହେବ କି ନାହିଁ ଏହି ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କ ମନରେ ରହିଛି। ଖୁସୀ ଖବର ହେଲା, ବର୍ତ୍ତମାନ ଯଦିଓ ମାଞ୍ଚେଷ୍ଟର ଆକାଶରେ ମେଘ ଭର୍ତ୍ତି ହୋଇଛି, କିନ୍ତୁ ବର୍ଷା ହୋଇନାହିଁ। ତେବେ ମାଞ୍ଚେଷ୍ଟର ଓଲ୍‌ଡଟ୍ରାଫୋର୍ଡ ଅଞ୍ଚଳର ପାଣିପାଗ ପୂର୍ବାନୁମାନ ଅନୁଯାୟୀ ମ୍ୟାଚ୍‌ର ଦ୍ୱିତୀୟ ଭାଗ ବର୍ଷା ଦ୍ୱାରା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଇସିସି ଗୋଟିଏ ସଂରକ୍ଷିତ ଦିବସ ହାତରେ ରଖିଛି। ଯଦି ବର୍ଷା ଯୋଗଁ ମ୍ୟାଚ ଧୋଇଯାଏ, ତେବେ ଏହା ପୁଣି ଥରେ ଖେଳା ଯାଇପାରିବ।

ଆଉ କିଛି ସମୟ ପରେ ଆରମ୍ଭ ହେବ ବିଶ୍ବକପ୍ର ସେମିଫାଇନାଲ୍ ସମର। ପଡ଼ିଆରେ ପଡ଼ିବ ଟସ୍। ଏହି ବହୁପ୍ରତୀକ୍ଷିତ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଦୁଇ ଥର ବିଜେତା ଭାରତ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିବାକୁ ଲଢ଼େଇ କରିବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ଥର ଲାଗି ଫାଇନାଲ୍ ଟିକେଟ ହାସଲ କରିବାକୁ ପଡ଼ିଆକୁ ଓହ୍ଲାଇବ।

By amfnews

Related Post