Thu. Sep 3rd, 2026

ମୌସୁମୀ ହେଲା ଦୁର୍ବଳ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

227 Views

ଭୁବନେଶ୍ୱର ; ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇପଡ଼ିଛି। ଉତ୍ତର ପଞ୍ଜାବରୁ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଥିବା ଟ୍ରପ୍‌ ଲାଇନ୍‌ ହିମାଳୟ ଆଡକୁ ଗତି କରିଛି। ସେଥିପାଇଁ ମୌସୁମୀ ଏବେ ରାଜ୍ୟରେ ଦୁର୍ବଳ ହୋଇ ପଡ଼ିଛି। ଆସନ୍ତା ୨୪ ଘଣ୍ଟାରେ ଅନୁଗୁଳ,ଢ଼େଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସର୍ବାଧିକ ଚାନ୍ଦବାଲିରେ ୧୮ମିମି, ଝାରସୁଗୁଡାରେ ଓ ଭୁବନେଶ୍ୱରରେ ୧୧ ମିମି ବର୍ଷା ରେକର୍ଡ କରଯାଇଛି। ୧୨ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ୧୧ରୁ ୧୨ ତାରିଖରେ ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ବାସିନ୍ଦାଙ୍କୁ ଘଡ଼ଘଡ଼ ଓ ବଜ୍ରପାତ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

By amfnews

Related Post