Fri. Jul 3rd, 2026

ଭାରତ-ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ଦିନିକିଆ: ଭାରତକୁ ୨୭୪ ରନର ଟାର୍ଗେଟ୍ ଦେଲା ନ୍ୟୁଜିଲାଣ୍ଡ୍

240 Views

ଅକଲାଣ୍ଡ୍‌: ଭାରତ- ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୨୭୩ ରନ୍ କରିଛି । ଫଳରେ ଏହି ‘କର ବା ମର’ ମ୍ୟାଚ୍ ଜିତିବା ପାଇଁ ଭାରତକୁ ୨୭୪ ରନ୍ ସଂଗ୍ରହ କରିବାକୁ ପଡ଼ିବ ।
ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ମାର୍ଟିନ ଗପ୍ଟିଲ୍‌ ଓ ହେନରି ନିକଲ୍ସ ନ୍ୟୁଜିଲାଣ୍ଡ୍ ଇନିଂସ୍ ଆରମ୍ଭ କରିଥିବା ବେଳେ ଶାର୍ଦୁଲ ଠାକୁର ଭାରତର ବୋଲିଂ ଆକ୍ରମଣ ଆରମ୍ଭ କରିଥିଲେ। ପ୍ରଥମ ୧୨ ଓଭର ସୁଦ୍ଧା କୌଣସି ଉଇକେଟ୍ ନ ହରାଇ ନ୍ୟୁଜିଲାଣ୍ଡ୍ ୬୮ ରନ୍ କରିଥିଲା। ଏହାପରେ ଦଳର ରନ୍ ୯୩ ହୋଇଥିବା ବେଳେ ଭାରତୀୟ ବୋଲରଙ୍କୁ ପ୍ରଥମ ସଫଳତା ମିଳିଥିଲା। ୟୁଜବେନ୍ଦ୍ର ଚହଲ ହେନରି ନିକଲ୍ସଙ୍କୁ ଏଲବି କରି ପାଭଲିଅନ୍ ପଠାଇଥିଲେ।

ତେବେ ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ୍ ୩ଟି, ଶାର୍ଦୁଲ ଠାକୁର ୨ଟି ଓ ରବୀନ୍ଦ୍ର ଜାଡ଼େଜା ଗୋଟିଏ ଉଇକେଟ୍ ହାସଲ କରିଥିଲେ । ଅପରପକ୍ଷରେ ନ୍ୟୁଜିଲାଣ୍ଡ୍ ପକ୍ଷରୁ ମାର୍ଟିନ ଗପ୍ଟିଲ୍‌ ସର୍ବାଧିକ ୭୯ ରନ୍ କରିଥିବା ବେଳେ ହେନରି ନିକଲ୍ସ ୪୧ ରନ୍ କରି ଆଉଟ୍ ହୋଇଥିଲେ ।

ପ୍ରଥମ ଦିନିକିଆରେ ନିଜ ଦୁର୍ବଳତାକୁ ପଦାରେ ପକାଇଥିବା ଭାରତ ଆଜି ଅକଲାଣ୍ଡର ଇଡେନ୍ ପାର୍କରେ ଚାଲିଥିବା ଦ୍ବିତୀୟ ଦିନିକିଆରେ ‘କର ବା ମର’ ସ୍ଥିତିରେ ରହିଛି। ଏହି ମ୍ୟାଚ୍‌ ହାରିଗଲେ ଶୃଙ୍ଖଳା ପରାଜୟ ବି ଲଭିବ କୋହଲି ବାହିନୀ। ଟି-୨୦ ଶୃଙ୍ଖଳାକୁ ୫-୦ରେ ମୂଳପୋଛ କରିଥିବା ଭାରତ କିନ୍ତୁ ଏହାକୁ ଦିନିକିଆରେ ଦୋହରାଇବା ସମ୍ଭାବନା ନାହିଁ। ବୁଧବାର ସେଡନ୍ ପାର୍କରେ ନ୍ୟୁଜିଲାଣ୍ଡ୍‌ ଦିନିକିଆ ଇତିହାସରେ ସବୁଠାରୁ ସର୍ବୋଚ୍ଚ ପଶ୍ଚାତଧାବନ (୩୪୭) ବିଜୟ ହାସଲ କରିଥିବାରୁ ଆତ୍ମବିଶ୍ବାସକୁ ମଧ୍ୟ ବଢ଼ାଇଛି।

By amfnews

Related Post