Fri. Jul 24th, 2026

ଛାଡ଼ପତ୍ର ଆବେଦନକାରୀ ମହିଳାଙ୍କ ସହ ଦୁଷ୍କର୍ମ କଲେ ଓକିଲଙ୍କ ସହଯୋଗୀ

256 Views

କଳାହାଣ୍ଡି: ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ନିମନ୍ତେ ଅଦାଲତରେ ଆବେଦନ କରିଥିବା ଧର୍ମଗଡ଼ ଅଞ୍ଚଳର ଜଣେ ମହିଳାଙ୍କ ସହ ତାଙ୍କ ଓକିଲଙ୍କର ଜଣେ ସହଯୋଗୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପୁଲିସକୁ ଦେଇଥିବା ବୟାନରେ ପୀଡ଼ିତା ମହିଳା କହିଛନ୍ତି ଯେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ନିମନ୍ତେ ସେ ଜଣେ ଓକିଲଙ୍କ ସହ ପରାମର୍ଶ କରିଥିଲେ। ମାମଲା ହାତକୁ ନେଇ ଆବଶ୍ୟକ ଆଇନଗତ ଔପଚାରିକତା ନିମନ୍ତେ ତାଙ୍କୁ ସହଯୋଗ କରିବାକୁ ସେ ଓକିଲ ନିଜର ଜଣେ ସହଯୋଗୀଙ୍କୁ କହିଥିଲେ।

କିନ୍ତୁ, ସେ ସହଯୋଗୀଜଣକ ଛାଡ଼ପତ୍ର ଆଶାୟୀଙ୍କୁ ବିଭିନ୍ନ ସ୍ଥାନକୁ ଡାକି ନେଇ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଦୁଇ ଦିନ ଧରି ସେ ତାଙ୍କ ସହ ଦୁଷ୍କର୍ମ କରିଥିବା କଥା ସେ ମହିଳାଜଣକ ଅଭିଯୋଗ କରିଛନ୍ତି। ଏ କଥା କେଉଁଠି ପ୍ରକାଶ କଲେ ପରିଣାମ ଭୟାବହ ହେବ ବୋଲି ଓକିଲଙ୍କ ସହଯୋଗୀ ତାଙ୍କୁ ଧମକ ମଧ୍ୟ ଦେଇଛନ୍ତି।

ପରେ ପରେ ମହିଳାଜଣକ ଓକିଲଙ୍କର ସେ ସହଯୋଗୀଙ୍କ ବିରୋଧରେ ଥାନରେ ଅଭିଯୋଗ ଦାଏର କରିଥିଲେ। ଫେରାର ଥିବା ସେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post