Mon. Sep 28th, 2026

ବ୍ୟାଟେରୀ ଫାଟି ୩ ନାବାଳକ ଗୁରୁତର

212 Views

ବ୍ରହ୍ମପୁର : ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ଖେଳୁଥିବା ବେଳେ ତାହା ଫାଟିଯିବାରୁ ୩ ନାବାଳକ ଗୁରୁତର ହୋଇଛନ୍ତି। ଏପରି ଅଘଟଣ ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସୋମପୁର ଗାଁରେ ଘଟିଛି। ୩ ନାବାଳକଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଆଜି ସକାଳ ପ୍ରାୟ ୮ଟାରେ ପିଲାମାନେ ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିଲା। ପରିବାର ଲୋକେ ସଙ୍ଗେସଙ୍ଗେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ୩ ନାବାଳକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଗୁରୁତର ୩ ନାବାଳକଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ।

By amfnews

Related Post