Tue. Sep 8th, 2026

ପତଳା ଝାଡ଼ାରେ ଜଣେ ମୃତ; ୧୦ ଆକ୍ରାନ୍ତ

177 Views

ଭବାନୀପାଟଣା :  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଛତ୍ରପୁର ପଞ୍ଚାୟତର ଟାଙ୍ଗନକଣା ଗାଁରେ ପତଳା ଝାଡ଼ାରେ ୧୦ରୁ ଅଧିକ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଗତକାଲି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୀତା ମାଝି।

ସେହିପରି ଗାଁର ରୀନା ମାଝୀ, ପୁରୁଷୋତ୍ତମ ମାଝୀ ଓ ତିଳୋତ୍ତମା ମାଝୀଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ପତଳା ଝାଡ଼ାରେ ଜଣଙ୍କ ମୃତ୍ୟୁ ନେଇ ଖବର ପାଇ ଲାଞ୍ଜିଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଯାଇ ଗାଁରେ ପହଞ୍ଚିଥିବା ଜଣା ପଡ଼ିଛି। ବର୍ତ୍ତମାନ ମଧ୍ୟ ଗାଁରେ ଶିଶୁଙ୍କ ସମେତ ବହୁ ମହିଳା ଓ ପୁରୁଷ ପତଳା ଝାଡ଼ାରେ ଆକ୍ରାନ୍ତ ହୋଇଛନ୍ତି।

By amfnews

Related Post