Sat. Jul 4th, 2026

ବୋମାମାଡ଼ରେ ଚିଙ୍ଗୁଡ଼ି ବେପାରୀ ସାଙ୍ଘାତିକ ଆହତ

207 Views

ଚାନ୍ଦବାଲି  : ରବିବାର ବିଳମ୍ବିତ ରାତ୍ରୀରେ ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲୁକିରି ଛକ ନିକଟରେ ବୋମାମାଡ଼ ଯୋଗୁଁ ଦୁଇ ଜଣ ଚିଙ୍ଗୁଡ଼ି ବେପାରୀ ଗୁରୁତର ଆହତ ହୋଇଛନ୍ତି।  କ୍ଷତବିକ୍ଷତ ହୋଇଥିବା ବ୍ୟକ୍ତିଦ୍ୱୟ ହେଉଛନ୍ତି ସ୍ଥାନୀୟ ଯୋଗୀପୋଖରୀ ଗାଁର ବସନ୍ତ ସାମଲ ଓରଫ୍‌ ଏବଂ ଜଡ଼ା ଓରଫ୍‌ ଗୌରହରି ମାଝୀ। ବିଳମ୍ବିତ ରାତ୍ରୀରେ ପପୁ, ସୁଦର୍ଶନ ସେଠୀ, ଗୌରହରି ଏବଂ ଅନ୍ୟ ଦୁଇଜଣ ଯୁବକ ଚାନ୍ଦବାଲି-ଧାମରା ରାସ୍ତାର ବାଲୁକିରି ନିକଟସ୍ଥ ସେମାନଙ୍କ ଚିଙ୍ଗୁଡ଼ି ପୋଖରୀ ପାଖରେ ଠିଆ ହୋଇଥିବା ବେଳେ ତାଙ୍କ ଉପରକୁ ତିନୋଟି ବୋମା ନିକ୍ଷେପ କରାଯାଇଥିଲା।

ବୋମା ବିସ୍ଫୋରଣ ଯୋଗୁଁ ପପୁ ଓ ଜଡ଼ା ସାଙ୍ଘାତିକ ଆହତ ହୋଇଥିଲେ। ଲହୁଲୁହାଣ ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଡାକ୍ତରମାନେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି। ପପୁ ଓ ଜଡ଼ା ଚିଙ୍ଗୁଡ଼ି ଚାଷ ଓ ବ୍ୟବସାୟ କରନ୍ତି। ତାଙ୍କ ଉପରକୁ କେଉଁ ଉଦ୍ଦେଶ୍ୟରେ ବୋମା ଫିଙ୍ଗାଯାଇଛି ତାହା ଜଣାପଡ଼ିନାହିଁ। ଚାନ୍ଦବାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post