Sat. May 23rd, 2026

୪୪ ବର୍ଷର ରେକର୍ଡ ଭାଙ୍ଗିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ

220 Views

ମୁମ୍ବାଇ  : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ବିଗତ ୪୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ସେ ହେଉଛନ୍ତି ରାଜ୍ୟର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଯିଏ କି ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବାରେ ସକ୍ଷମ ହୋଇଛନ୍ତି। ନିର୍ବାଚନପରେ ବିଜେପି-ଶିବସେନା ମେଣ୍ଟ କରି ଗତ ୨୦୧୪ରେ ସରକାର ଗଢ଼ି ଥିଲେ। ଏହା ପୂର୍ବରୁ କେବଳ ବସନ୍ତ ରାଓ ନାଇକ ନିଜର ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ଯେଉଁମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେମାନେ କୌଣସି ନା କୌଣସି କାରଣରୁ ଏପରି କରିବାକୁ ଅସମର୍ଥ ହୋଇଥିଲେ।

बैलगाड़ी पर चुनाव प्रचार करते हुए देवेंद्र फडणवीस
ଏଣେ ବିଧାନସଭା ନିର୍ବାଚନ ପୂର୍ବରୁ ମହାଜନାଦେଶ ଯାତ୍ରାରେ ବାହାରିଥିବା ମୁଖମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଶଗଡ଼ରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ସେ ନିଜେ ବଳଦଗାଡ଼ିର ଲଗାମ ହାତରେ ଧରି ଗାଡି ଚଳାଉଥିବାର ଦେଖିବାକୁ ମିଳିଥିଲା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଦେବେନ୍ଦ୍ର ଫଡନବିସଙ୍କ ସହ ପୂର୍ବତନ ମନ୍ତ୍ରୀ ହର୍ଷବର୍ଦ୍ଧନ ପାଟିଲ ମଧ୍ୟ ସାମିଲ ଥିଲେ ।

By amfnews

Related Post