Fri. Apr 24th, 2026

ବୌଦ୍ଧଧର୍ମ ସମ୍ମାନ, ଶାନ୍ତି ଓ ଅହିଂସା ଶିକ୍ଷା ଦିଏ: ପ୍ରଧାନମନ୍ତ୍ରୀ ମୋଦୀ

233 Views

ନୂଆଦିଲ୍ଲୀ: ଶନିବାର ପଡୁଥିବା ଆଷାଢ଼ ପୂର୍ଣ୍ଣିମା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବୁଦ୍ଧଙ୍କ ପ୍ରଚାରିତ ଶାନ୍ତି ଓ ନ୍ୟାୟ ବାଣୀ ଉପରେ ଆଲୋକପାତ କରି ଭିଡିଓ ବାର୍ତ୍ତା ଦେଇଛନ୍ତି। ଆଷାଢ଼ ପୂର୍ଣ୍ଣିମାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍ ବୁଦ୍ଧିଷ୍ଟ୍ କନ୍‌ଫେଡେରେସନ୍’ ଧର୍ମ ଚକ୍ର ଦିବସ ଭାବେ ପାଳନ କରିଥାଏ।

ଆଷାଢ଼ ପୂର୍ଣ୍ଣିମା ଅବସରରେ ବିଶ୍ବବାସୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ, ଏହି ପୂର୍ଣ୍ଣିମା ଗୁରୁ ପୂର୍ଣ୍ଣିମା ଭାବେ ମଧ୍ୟ ଜଣାଶୁଣା। ଆମ୍ଭମାନଙ୍କୁ ଜ୍ଞାନ ପ୍ରଦାନ କରିଥିବା ଗୁରୁମାନଙ୍କୁ ସ୍ମରଣ କରିବା ପାଇଁ ଦିନଟିଏ। ସେହି ଉଚ୍ଛ୍ବାସରେ ଆମେ ଭଗବାନ ବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳିଜ୍ଞାପନ କରୁ।

ଭଗବାନ ବୁଦ୍ଧଙ୍କ ବାଣୀର ଅବତାରଣା କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ବ‌ୌଦ୍ଧଧର୍ମ ଲୋକମାନଙ୍କୁ, ଗରିବମାନଙ୍କୁ, ମହିଳାମାନଙ୍କୁ, ଶାନ୍ତି ଓ ଅହିଂସା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଶିକ୍ଷାଦିଏ।

‌ବୁଦ୍ଧଙ୍କ ଆର୍ଯ୍ୟଅଷ୍ଟାଙ୍ଗିକ ମାର୍ଗ ଅନେକ ସମାଜ ଓ ଜାତିର ମଙ୍ଗଳ ପାଇଁ ପଥ ପ୍ରଦର୍ଶନ କରେ। ସମବେଦନା ଓ ଦୟା ଉପରେ ବ‌ୌଦ୍ଧଧର୍ମ ଆଲୋକପାତ କରେ। ଚିନ୍ତାଧାରା ଓ କାର୍ଯ୍ୟଧାରାରେ ସରଳତା ଅବଲମ୍ବନ କରିବାକୁ ବୌଦ୍ଧଧର୍ମ କହେ।

କୁଶୀନଗର ବିମାନବନ୍ଦର ଘୋଷଣା ଆଡ଼କୁ ଧ୍ୟାନ ଆକର୍ଷଣ କରି ସେ କହିଲେ, ଏହାଦ୍ବାରା ଅନେକ ଲୋକ, ଯାତ୍ରୀ ଓ ପର୍ଯ୍ୟଟକ ଆସିବେ।

କରୋନାଭାଇରସ୍‌ଜନିତ ସଙ୍କଟର ସମାଧାନ ମଧ୍ୟ ଭଗବାନ ବୁଦ୍ଧଙ୍କର ବାଣୀରୁ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଆଜି ବିଶ୍ବ ଅସାଧାରଣ ଆହ୍ବାନ ବିରୋଧରେ ଲଢୁଛି। ଏହି ସବୁ ଆହ୍ବାନ ପାଇଁ ଭଗବାନ ବୁଦ୍ଧଙ୍କ ବାଣୀରୁ ସ୍ଥାୟୀ ସମାଧାନ ବାହାରିବ। ତାଙ୍କ ବାଣୀ ଅତୀତରେ ପ୍ରାସଙ୍ଗିକ ଥିଲା। ବର୍ତ୍ତମାନ ପ୍ରାସଙ୍ଗିକ ଅଛି। ଭିବିଷ୍ୟତରେ ବି ପ୍ରାସଙ୍ଗିକ ରହିବ।

By amfnews

Related Post