Sat. Sep 5th, 2026

ହିନ୍ଦୀ ସିନେଜଗତର ଖ୍ୟାତନାମା ନୃତ୍ୟ ନିର୍ଦେଶକ ସରୋଜ ଖାନଙ୍କର ପରଲୋକ

298 Views

ମୁମ୍ୱାଇ: ବଲିଉଡର ଖ୍ୟାତନାମା ନୃତ୍ୟ ନିର୍ଦେଶକ ସରୋଜ ଖାନଙ୍କର ବିଳମ୍ବିତ ରାତି ୧ଟା ୫୨ ମିନିଟ୍ ସମୟରେ ପରଲୋକ ହୋଇଥିବା ଜଣାଯାଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।
ଗତ ଜୁନ୍ ୨୦ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡର କୋରିଓଗ୍ରାଫର ସରୋଜ ଖାନଙ୍କର ଶ୍ବାସକ୍ରିୟାରେ ସମସ୍ୟା ଦେଖା ଯିବା ପରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜ ଖାନଙ୍କର ମଧୁମେହ ଏବଂ ଆନୁସଙ୍ଗିକ ରୋଗ ମଧ୍ୟ ଥିଲା। ତାଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ଆସିଥିଲା।
ସରୋଜ ଖାନଙ୍କ ସ୍ୱାମୀ ବି ସୋହାନଲାଲ, ପୁଅ ହମିଦ ଖାନ ଏବଂ ଦୁଇ ଝିଅ ହିନା ଖାନ ଏବଂ ସୁକିନା ଖାନ ଅଛନ୍ତି। ତାଙ୍କ ଝିଅ ସୁକିନା ଖାନ ସୂଚନା ଦେଇଛନ୍ତି ଯେ ତାଙ୍କ ମା’ଙ୍କର କରୋନା ପରୀକ୍ଷା ହୋଇଥିଲା। ରିପୋର୍ଟ ନେଗେଟିଭ୍ ଆସିଥିଲା।
ଚାରି ଦଶନ୍ଧିରୁ ଅଧିକ ସମୟର ଲମ୍ବା କ୍ୟାରିଅରରେ ସରୋଜ ଖାନ ଦୁଇ ହଜାରରୁ ଅଧିକ ସିନେମା ଗୀତର କୋରିଓଗ୍ରାଫି କରିଥିଲେ | ତିନି ବର୍ଷ ବୟସରେ ବ୍ୟାକଗ୍ରାଉଣ୍ଡ ନୃତ୍ୟଶିଳ୍ପୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିବା ସରୋଜ ଖାନ ୧୯୭୪ ମସିହାରେ ’ଗୀତା ମେରା ନାମ’ରୁ ସ୍ବାଧୀନ ଭାବେ କୋରିଓଗ୍ରାଫର ଭାବରେ କାମ ଆରମ୍ଭ କରିଥିଲେ।

Angry Saroj Khan INSULTS Madhuri Dixit, Calls Her Assistant - YouTube

ତାଙ୍କର ନିର୍ଦେଶିତ କେତେକ ଲୋକପ୍ରିୟ ଗୀତ ହେଲା ‘ମିଷ୍ଟର୍ ଇଣ୍ଡିଆ’ର ହୱା ହାୱାଇ…. , ‘ତେଜାବ’ ଏକ୍ ଦୋ ତିନ୍ …‘ବେଟା’ର ଧକ୍ ଧକ୍ କରନେ ଲାଗା… ଏବଂ ‘ଦେବଦାସ’ର ଡୋଲା ରେ ଡୋଲା… | ସେ ଶେଷ ଥର ପାଇଁ ୨୦୧୯ରେ କରଣ ଜୋହରଙ୍କ ‘କଲଙ୍କ’ର ତବାହ ହୋ ଗୟେ… ଗୀତର କୋରିଓଗ୍ରାଫି କରିଥିଲେ | ସରୋଜ୍ ଖାନ୍ ତିନିଥର ଶ୍ରେଷ୍ଠ ନୃତ୍ୟ ନିର୍ଦେଶକ ଭାବେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲେ। ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post