Sun. Jul 12th, 2026

ବିହାରସରିଫ: ଦୁଷ୍କର୍ମ କରି ପାରିଲେ ନାହିଁ, ନିଆଁ ଲଗାଇ ଦେଲେ

273 Views

ବିହାରସରିଫ: ବିହାରର ନାଳନ୍ଦା ଜିଲ୍ଲାର ବିହାରସରିଫ ଥାନାଅଞ୍ଚଳରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା। ଜଣେ ମହିଳାଙ୍କ ସ୍ୱାମୀ ବାହାରେ ରହୁଥିବାର ସୁଯୋଗ ନେଇ ୩ ଜଣ ଯୁବକ ଘରେ ପଶି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ମହିଳା ଜଣକ ସାହସ ଦେଖାଇ ଦୁର୍ବୃତ୍ତମାନଙ୍କୁ ବିରୋଧ କରିବା ସହିତ ଲୋକମାନଙ୍କୁ ଡାକିବା ପାଇଁ ଉଦ୍ୟମ କରିବାରୁ ଦୁର୍ବତ୍ତମାନେ ତାଙ୍କ ପାଟିରେ କପଡ଼ା ଦେଇ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇ ଖସିଯିବାକୁ ସକ୍ଷମ ହୋଇଛନ୍ତି। ତେବେ ମହିଳାଙ୍କ ଆର୍ତ୍ତଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ନିଆଁକୁୁ ଲିଭାଇବା ସହିତ ଏ ନେଇ ପୁଲିସକୁ ଖବର ଦେଇଛନ୍ତି। ମହିଳାଜଣଙ୍କୁ ଏବେ ପାଟଣା ମେଡ଼ିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିହାରର ନାଳନ୍ଦା ଜିଲ୍ଲାର ପାଓ୍ଵାପୁରୀ ଫାଣ୍ଡିି ଅନ୍ତର୍ଗତ ପୂର୍ଣ୍ଣ ବିଘା ଗ୍ରାମରେ ଏହି ଘଟଣା ଘଟିଛି। ଗ୍ରାମରେ ଏକୁଟିଆ ରହୁଥିବା ଜଣେ ମହିଳାଙ୍କ ସ୍ୱାମୀ ଚେନ୍ନାଇରେ କାର୍ଯ୍ୟ କରନ୍ତି। ଘରେ ମହିଳା ଜଣକ ଏକା ରୁହନ୍ତି। ଗତ ସୋମବାର ରାତିରେ ସେହି ଗ୍ରାମର ଶଙ୍କର ମାଞ୍ଝି ନାମକ ଜଣେ ଯୁବକ ତାର ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହିତ ଯୋର ଜବରଦସ୍ତ ମହିଳାଙ୍କ ଘରେ ପଶିଥିଲା । ପରେଏହି ତିନି ଜଣ ତାଙ୍କୁ ଦୁଷ୍କର୍ମ ପାଇଁ ଟଣାଓଟରା କରିଥିଲା। ମହିଳାଜଣକ ଏହାର ଜୋରଦାର ବିରୋଧ କରିବା ସହିତ ପାଟି କରିବାରୁ ଦୁର୍ବୃତ୍ତମାନେ ତାଙ୍କ ପାଟିରେ କପଡ଼ା ପୁରାଇ ତାଙ୍କ ପାଟି ବନ୍ଦ କରି ଦେଇଥିଲେ। ପରେ ଧରାପଡ଼ିଯିବା ଭୟରେ କିରେସିନି ତାଙ୍କ ଉପରେ ଢ଼ାଳି ନିଆଁ ଲଗାଇହତୃା ଉଦ୍ୟମ କରିବା ସହିତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଳେ। ମହିଳାଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ଘଟଣାସ୍ଥଳରେ ପହଞ୍ଚିି ନିଆଁକୁ ଲିଭାଇବା ସହିତ ପୁଲିସକୁ ଏ ନେଇ ଖବର ଦେଇଥିଲେ। ପରେ ମହିଳାଙ୍କୁ ପାଟଣା ମେଡ଼ିକାଲ କଲେଜ ଆଣ୍ଡ ହସ୍‌ପିଟାଲର ବର୍ଣ୍ଣ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି।

By amfnews

Related Post