Sun. Jul 12th, 2026

ସ୍ୱାମୀ ପଶୁତୁଲ୍ୟ ଶାରୀରିକ ସମ୍ପର୍କ ରଖିବାରୁ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

289 Views

ବେଙ୍ଗାଲୁର: ବେଙ୍ଗାଲୁରର ଜଣେ ୨୫ ବର୍ଷୀୟ ଶିକ୍ଷୟିତ୍ରୀ ନିଜ ହାତର ଶୀରା କାଟି ଓ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବେଙ୍ଗାଲୁରର ଏକ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଶିକ୍ଷୟିତ୍ରୀ ଜଣକ ପୁଲିସକୁ ତାଙ୍କ ଜମାନବନ୍ଦୀରେ କହିଛନ୍ତି ଯେ ସ୍ୱାମୀଙ୍କ ପାଶବିକ ପ୍ରବୃତ୍ତିରେ ବିବ୍ରତ ହୋଇ ସେ ବର୍ଷେ ହେଲା ଆସି ନିଜ ବାପ ଘରେ ରହୁଛନ୍ତି। ତାଙ୍କର ଏକ ୬ ବର୍ଷର ଶିଶୁ କନ୍ୟା ରହିଛି। ଶିଶୁ କନ୍ୟାକୁ ଦେଖିବା ବାହାନାରେ ସ୍ୱାମୀ ବାରମ୍ବାର ତାଙ୍କ ବାପଘରକୁ ଆସି ତାଙ୍କ ସହିତ ପାଶବିକ ଅତ୍ୟାଚାର କରନ୍ତି ବୋଲି ମହିଳା ଜଣକ ପୁଲିସରେ ଅଭିଯୋଗ କରିଛନ୍ତି।

ଏ ନେଇ ବ୍ୟାଳିକାବଳ ଥାନା ପୁଲିସ ସ୍ୱାମୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଦଫା ୩୭୬(ଖ)( ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବା ପତ୍ନୀଙ୍କ ସହ ସ୍ୱାମୀ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା) ଓ ୪୯୮(କ) ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।ପୁଲିସ ନିକଟରେ ଶିକ୍ଷୟିତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ଶାରୀରିକ ସମ୍ପର୍କ ପାଇଁ ତାଙ୍କ ବେଶ୍‌ ହିଂସ୍ର ହୋଇ ଉଠନ୍ତି। ସ୍ୱାମୀଙ୍କ ଏହି ହଂସ୍ର ଆଚରଣ ଯୋଗୁଁ ସେ ନିଜର ୬ ବର୍ଷର ଝିଅକୁ ଧରି ପ୍ରାୟ ବର୍ଷକ ତଳେ ବାପଘରକୁ ଚାଲି ଆସିଥିଲେ। ମାତ୍ର ସ୍ୱାମୀ ତାଙ୍କ ବାପଘରକୁ ୍ରଆସି ପରିବାର ଲୋକଙ୍କ ଅନୁପସ୍ଥିତିରେ ଜୋର ଜବରଦସ୍ତ ଶରୀରିକ ସମ୍ପର୍କ ରଖିବା ସହିତ ତା ସହିତ ପଶୁପରି ବ୍ୟବହାର କରିଛନ୍ତି ବୋଲି ଶିକ୍ଷୟତ୍ରୀ ଜଣକ ଅଭିଯୋଗ କରିବା ପରେ ପୁଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି।

By amfnews

Related Post