Wed. Sep 30th, 2026

ବିଶ୍ୱର ସବୁଠାରୁ ବଡ଼ ଟ୍ରି-ହାଉସ୍‌

189 Views

ଆମେରିକାର ଟେନେସି ରାଜ୍ୟରେ ଥିବା କ୍ରସ୍‌ଭିଲେ ସହରରେ ବିଶ୍ୱର ସବୁଠାରୁ ବଡ଼ ଟ୍ରି-ହାଉସ୍‌ ବା ଗଛ ଉପରେ ଘର ରହିଛି। ଏହାକୁ ୬ଟି ଗଛରେ ତିଆରି କରାଯାଇଛି। ୧୦୦ ଫୁଟ୍‌ ଉଚ୍ଚ ଏ ଟ୍ରି-ହାଉସ୍‌ ଗୋଟିଏ ୧୦ ମହଲା ଘର ଭଳି ହେବ। ଏ ଘରକୁ ତିଆରି କରିବା ପାଇଁ ପାଖାପାଖି ୧୪ ବର୍ଷ ସମୟ ଲାଗିଥିଲା। ଏ ଘରେ ଗୋଟିଏ ବାଲ୍‌କୋନି, ଛୋଟ ବାସ୍କେଟ୍‌ବଲ୍‌ କୋର୍ଟ ରହିଛି। ଏଥିରେ ଅସାଧାରଣ ଶିଢ଼ି ଅଛି ଯାହା ସାପ ଭଳି ଆକାରରେ ତିଆରି ହୋଇଛି। ଏଥିରେ ଗୋଟିଏ ସ୍ପେସିଆଲ୍‌ ପେଣ୍ଟ୍‌ ହାଉସ୍‌ ବି ରହିଛି।

Image result for big tree house
୮୦ଟି କୋଠରୀ ଥିବା ଏ ଘରେ ଗୋଟିଏ ଚର୍ଚ୍ଚ ଓ ବେଲ୍‌ ଟାଓ୍ଵାର୍‌ ମଧ୍ୟ ରହିଛି। ଏ ଟ୍ରି-ହାଉସ୍‌ କୌଣସି ସାଧାରଣ ମଣିଷର ନୁହେଁ। ଏହା ହେଉଛି ଜଣେ ମନ୍ତ୍ରୀଙ୍କ ଘର। ତାଙ୍କ ନାମ ହୋରାସ୍‌ ବର୍ଗିସ୍‌। ଏଥିପାଇଁ ସେ ପାଖାପାଖି ୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେ କହିଛନ୍ତି ଏ ଟ୍ରି-ହାଉସ୍‌କୁ ତିଆରି କରିବା ପାଇଁ ତାଙ୍କୁ ଭଗବାନ ଆଦେଶ ଦେଇଥିଲେ। ଏ ଟ୍ରି-ହାଉସ୍‌ ପାଖାପାଖି ୨ ଲକ୍ଷ ଅଙ୍ଗାରକାମ୍ଳ ଗ୍ରହଣ କରିଥାଏ। ଯାହା ସହରର ହେଉଥିବା ପ୍ରଦୂଷଣକୁ କମ୍‌ କରିଥାଏ ବୋଲି ସେ ପ୍ରକାଶ କରିଛନ୍ତି।

By amfnews

Related Post