Fri. Apr 24th, 2026

ବିଶ୍ୱକପ୍‌: ଫିକ୍ସିଙ୍ଗ ରୋକିବାକୁ ଆଇସିସିର ଉଦ୍ୟମ, ଏସିୟୁ ଅଫିସର ରଖିବେ ନଜର

366 Views

ଲଣ୍ଡନ: କ୍ରିକେଟ ହେଉଛି ଏକ ଅନିଶ୍ଚିତ ଖେଳ। ଅତୀତରେ ଅନେକ ସମୟରେ ଏଥିରେ ଫିକ୍ସିଙ୍ଗ କାରବାର ହେଉଥିବା ଦେଖାଯାଇଛି। ଏହି କାରଣରୁ କ୍ରିକେଟ ବିଶ୍ୱକପ୍‌ ଆଗକୁ ଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଫିକ୍ସିଙ୍ଗ ରୋକିବା ପାଇଁ ଆଗୁଆ ସତର୍କ ହୋଇଯାଇଛି। ଆଇସିସି ନିର୍ଦ୍ଧାରଣ କରିଛି ଯେ, ବିଶ୍ୱକପ୍‌ ସମୟରେ ସମସ୍ତ ୧୦ ଟିମ୍‌ ନିକଟରେ ଭ୍ରଷ୍ଟାଚାର ନିରୋଧକ ଅଧିକାରୀ ରହିବେ।

ଇଂଲଣ୍ଡର ଖବରକାଗଜ ‘ଦ ଡେଲି ଟେଲିଗ୍ରାଫ’ର ରିପୋର୍ଟ ଅନୁସାରେ ଆଇସିସି ପ୍ରତ୍ୟେକ ଟିମ୍‌ ସହିତ ଆଣ୍ଟି କରପସନ୍‌ ୟୁନିଟ (ଏସିୟୁ)ର ଏକ ଅଧିକାରୀ ରଖିବ। ଅଧିକାରୀ ମାନେ ଅଭ୍ୟାସ ମ୍ୟାଚ୍‌ ଠାରୁ ଆରମ୍ଭ କରି ଟୁର୍ଣ୍ଣାମେଣ୍ଟ ଶେଷ ହେବା ଯାଏଁ ଖେଳାଳିଙ୍କ ଉପରେ ନଜର ରଖିବେ। ରିପୋର୍ଟରେ କୁହାଯାଇଛି ଯେ, ଏହା ପୂର୍ବରୁ ଆଇସିସିର ଏସିୟୁ (ଏସିୟୁ)ର ଅଧିକାରୀ ପ୍ରତ୍ୟେକ ସ୍ଥାନରେ ମୁତୟନ ରହୁଥିଲେ। ଏହି କାରଣ ଯୋଗୁଁ ଟୁର୍ଣ୍ଣାମେଣ୍ଟ ସମୟରେ ଅନେକ ଅଧିକାରୀଙ୍କ ସହିତ ସଂପର୍କ ସ୍ଥାପନ କରିବାକୁ ପଡୁଥିଲା।

By amfnews

Related Post