Thu. Jun 11th, 2026

ମୋଦିଙ୍କ ଆସନ ବାରଣାସୀରେ ମତଦାନ ୧୯ରେ; କିନ୍ତୁ ମୋଦି ଆଉ ବାରଣାସୀ ଯିବେନି ନିର୍ବାଚନ ପ୍ରଚାରରେ! ଜାଣନ୍ତୁ, କାହିଁକି?…

333 Views

ନୂଆଦିଲ୍ଲୀ/ ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନ ପାଇଁ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ତେବେ, ଏହି ଲୋକସଭା ଆସନ ପାଇଁ ପ୍ରଚାର କାର୍ଯ୍ୟ ଆସନ୍ତା ୧୭ ତାରିଖ ସନ୍ଧ୍ୟାରେ ଶେଷ ହେବାକୁ ଥିବାବେଳେ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୩ ଦିନର ସମୟ ରହିଯାଇଛି। ହେଲେ, ଏ ପରିସ୍ଥିତିରେ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବାରଣାସୀର ଭୋଟରମାନଙ୍କ ଉଦ୍ଦେଶ୍ୟରେ ଆଜି (ମଙ୍ଗଳବାର) ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରି କହିଛନ୍ତି ଯେ ମତଦାନ ପୂର୍ବରୁୁ ସେ ଆଉ ପ୍ରଚାର କରିବା ପାଇଁ ବାରାଣାସୀ ଯିବେ ନାହିଁ।

ବାରାଣାସୀର ଭୋଟରମାନଙ୍କ ଉଦ୍ଦେଶ୍ୟରେ ଜାରି ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମୋର ବାରଣାସୀର ଭୋଟରମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି। ସେମାନେ ସବୁ ଜିନିଷକୁ ଠିକଣା ଭାବେ ପରିଚାଳନା କରିବେ। ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ମୁଁ ଯେଉଁ ରୋଡ୍‌ ସୋ’ର ଆୟୋଜନ କରିଥିଲି ସେଥିରେ ବାରଣାସୀର ସମସ୍ତ ଭୋଟର ଅଂଶଗ୍ରହଣ କରିବା ସହ ଆଉ ପ୍ରଚାରର ଆବଶ୍ୟକତା ନାହିଁ ବୋଲି କହି ଦେଇଥିଲେ। ତେଣୁ, ସେମାନଙ୍କ ଭାବାବେଗକୁ ସମ୍ମାନ ଦେବା ସହ ସେମାନଙ୍କୁ ବିଶ୍ୱାସକୁ ନେଇ ବାରଣାସୀକୁ ନିର୍ବାଚନ ପୂର୍ବରୁ ପ୍ରଚାର ପାଇଁ ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମୋଦି।

By amfnews

Related Post