Sat. Aug 15th, 2026

ବିନା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୁହଁରେ ୨୦୧୯ରେ ନରେନ୍ଦ୍ର ମୋଦିଙ୍କୁ ମୁକାବିଲା କରିବ ବିରୋଧୀ ମହାମେଣ୍ଟ

265 Views

ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରାଇ ନ ଦେବା ପାଇଁ କଂଗ୍ରେସ ଦଳ ପ୍ରଧନମନ୍ତ୍ରୀ ପଦ ମହାମେଣ୍ଟର ଅନ୍ୟ ସହଯୋଗୀ ଦଳକୁ ଦେବା ପାଇଁ ପରୋକ୍ଷରେ ସୂଚନା ଦେଇ ସାରିଛନ୍ତି। ଏହାପରେ କେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତ କେତେବେଳେ ବିଏସପି ନେତ୍ରୀ ମାୟାବତୀଙ୍କ ନାମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ରହୁଥିଲା।

ସେହିପରି ଶରତପାଓ୍ଵାର, ମୁଲାୟମସିଂହ ଯାଦବ, ଏଚଡି ଦେବେଗୌଡ଼ାଙ୍କ ନାମ ମଧ୍ୟ ଏହି ପଦବି ପାଇଁ ପ୍ରାର୍ଥଭାବେ ଶୁଣାଯାଉଛି। ଏ ପରିପ୍ରେକ୍ଷୀରେ ନିର୍ବାଚନ ପରେ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସ୍ଥିର ହେବେ ବୋଲି କହି ରାହୁଲ ଗାନ୍ଧୀ ମହାମେଣ୍ଟ କିପରି ବାସ୍ତବ ରୁପ ନେଇ ପାରବ ସେ ଦିଗରେ ଗୋଟିଏ ପାଦ ଆଗେଇଛନ୍ତି।

ସେହିପରି କଂଗ୍ରେସ ଶିବସେନା ସହିତ ମେଣ୍ଟ କରିବ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଶିବସେନା ସହିତ କଂଗ୍ରେସ ଦଳର ବୈଚାରିକ ମତଭେଦ ଥିବାରୁ ଶିବସେନା ସହିତ ମେଣ୍ଟ ସମ୍ଭବ ନୁହେଁ ବୋଲି ଶ୍ର ରାହୁଲ ଗାନ୍ଧୀ କହିଛନ୍ତି। ଭାରତୀୟ ଜନତା ପାର୍ଟି ଯଦି ୨୦୧୯ରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନ କରେ ଶିବସେନା ପୁଣି ଥରେ ଭାଜପା ସହିତ ମେଣ୍ଟ କରିପାରେ ବୋଳି ରାହୁଲ ଗାନ୍ଧୀ କହିଛନ୍ତି।

By amfnews

Related Post