Mon. Sep 14th, 2026

ବାଲେଶ୍ୱର ପଦଯାତ୍ରୀଙ୍କୁ ସମ୍ବର୍ଧିିତ କଲେ ପିସିସି ସଭାପତି

210 Views

ଆଜି ଅପରାହ୍ନରେ ପଦଯାତ୍ରୀମାନେ ରାଜଭବନରେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦୀର୍ଘ ୧୫ ମିନିଟ୍‌ ଧରି ସେମାନଙ୍କର ଦାବି ସଂପର୍କରେ ଆଲୋଚନା କରିଥିଲେ। କିନ୍ତୁ ରାଜ୍ୟପାଳଙ୍କୁ ସାକ୍ଷାତ୍‌ ହୋଇ ନପାରିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଦୀର୍ଘ ୧୨ ଦିନରେ ପ୍ରାୟ ୩୨୦ କି.ମି ବ୍ୟାପୀ ପଦଯାତ୍ରାର ବାର୍ତା ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନଙ୍କ ସହ ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀଙ୍କ ପାଇଁ ସମର୍ପିତ ବୋଲି କହିଥିଲେ ଶ୍ରୀ ଘୋଷାଲ୍‌।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତ ପଦଯାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସେମାନଙ୍କର ସମାଜ ପ୍ରତି ଥିବା ଅଙ୍ଗୀକାରବଦ୍ଧତାକୁ ପ୍ରଶଂସା କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଓ ଯୁବକମାରଣ ନୀତିର ପରିଣାମ ସ୍ୱରୂପ ରାଜ୍ୟବାସୀ ନାନା ଅସୁବିଧାର ସାମ୍ନା କରୁଥିବା ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ପଦଯାତ୍ରାରେ ରଞ୍ଜିତ୍‌ ପଣ୍ଡା, ଗୌତମ ସେଠୀ, ଅଜିତ କୁମାର ପୁହାଣ, ଜ୍ଞାନେନ୍ଦ୍ର ମହାନ୍ତି, ଅଜୟ କୁମାର ଦାସ, ସୁରେଶ ଜେନା, ଶଶୀକାନ୍ତ ଦାସ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇଥିଲେ।

By amfnews

Related Post