Fri. Apr 24th, 2026

ବିଧାନସଭା ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ସାଢେ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

211 Views

ଭୁବନେଶ୍ୱର , ୧୧ ସେପ୍ଟେମ୍ବର :

ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିନରେ ମଧ୍ୟ ବିରୋଧୀ ବିଜେପି ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ବିରୋଧ କରି ସେମାନେ ନାରାବାଜି ଦେଇଥିଲେ । ପୁଂଜିନିବେଶରେ ଆତ୍ମପ୍ରଚାରକୁ ବନ୍ଦ କରିବାକୁ ନାରାବାଜି ଦେଇଥିଲେ ବିଜେପି ସଦସ୍ୟମାନେ । ଫଳରେ ଗୃହ ସ୍ୱାଭାବିକ ହୋଇ ପାରି ନଥିବାରୁ ସାଢେ ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମିଲତବୀ ଘୋଷଣା କରିଥିଲେ ।

ଗୃହ ମୁଲତବୀ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଯୋଜନା ନାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ଡ୍ରାମାବାଜି କରୁଛନ୍ତି । ପରସ୍ପରକୁ ଦୋଷ ଲଦିବା ହେଉଛି ଚାଲୁଣି ଛୁଞ୍ଚିର ଉପାଖ୍ୟାନ। ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶ କଥା ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।

ସେହିପରି ଆଜି କଂଗ୍ରେସ ‘ରାଜରାସ୍ତାରେ ଶିକ୍ଷକ ସ୍କୁଲରେ ତାଲା , ବିପର୍ଯ୍ୟୟ ଶିକ୍ଷା ବ୍ୟବସ୍ଥା ’ଶୀର୍ଷକ ମୁଲତବୀ ପ୍ରସ୍ତାବ କଂଗ୍ରେସ ଦଳ ଆଣିଥିବାବେଳେ ଏହାକୁ ବାଚସ୍ପତି ଗ୍ରହଣ କରିଥିଲେ । ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏହାର ଉତର ରଖିବାକୁ ଥିବାବେଳେ ଆଜି ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ଆରମ୍ଭ ହୋଇଥିଲା ।ପ୍ରକାଶ ଥାଉ କି, ଆଜି ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବରରେ ଭୁବନେଶ୍ୱରରେ ହେବାକୁ ଥିବା ମେକ୍ ଇନ୍ ଇଣ୍ଡିଆ କନକ୍ଲେଭର ଦିତ୍ୱୀୟ ସଂସ୍କରଣରେ ପୁଂଜିନିବେଶକାରୀଙ୍କୁ ଓଡିଶା ପ୍ରତି ଆକୃଷ୍ଟ କରିବାକୁ ସେ ଦିଲ୍ଲୀ ଗସ୍ତ କରୁଥିବା ସୂଚନା ମିଳିଛି। ଆସନ୍ତାକାଲି ଦିଲ୍ଲୀରେ ପୁଂଜିନିବେଶକାରୀଙ୍କ ସହ ହେବାକୁ ଥିବା ଏକ ବୈଠକରେ ଯୋଗଦେବେ।

By amfnews

Related Post