Mon. Aug 17th, 2026

ଜୁନାଗଡ଼: ବିବାହିତ ପ୍ରେମିକ ସହିତ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

273 Views

କଳାହାଣ୍ଡି/ଜୁନାଗଡ଼  : ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଡ଼ଡୁମେରବାହାଲ ଗାଁ ନିକଟରେ ଥିବା ଏକ ବରଗଛରେ  ବିବାହିତ ପ୍ରେମିକ ସହିତ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ  ଦେଖିବାକୁ ମିଳିଛି। ପାରିପାଶ୍ଚିକ ଅବସ୍ଥାରୁ  ଉଭୟ ପ୍ରେମୀ ଯୁଗଳଙ୍କୁ ହତ୍ୟା କରି ସେଠାରେ ଝୁଲାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ଏ ନେଇ ପୁଲିସକୁ ସୂଚନା ଦିଆଯାଇଛି। ମୃତ ଯୁବକଙ୍କର ପରିଚୟ ମିଳିଥିବା ବେଳେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଡ଼ଡୁମେରବାହାଲ ଗାଁ ନିକଟରେ ଥିବା ଏକ ବରଗଛରେ ପ୍ରେମୀ ଯୁଗଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଲୋକେ ଦେଖିଥିଲେ। ତେବେ ଘଟଣାସ୍ଥଳରେ ପହଞ୍ଚି ଲୋକେ ଯୁବକ ଜଣକ ଘଟଣାସ୍ଥଳ ଠାରୁ  ୪ କିଲୋମିଟର ଦୂର ଖର୍ଲାବେଡ଼ା ଗାଁର କେଦାର ରଣା(୨୬ ବର୍ଷ) ବୋଲିି ଚିହ୍ନଟ କରିଛନ୍ତି। କେଦାର ଜଣେ ବିବାହିତ ଯୁବକ । ଘରେ ତାଙ୍କର ପତ୍ନୀ ଓ ଏକ ଛୋଟ ପୁଅ ରହିଛି।  ସେହିପରି ଘଟଣାସ୍ଥଳରେ କେଦାରଙ୍କୁ ନିସ୍ତୁକ ମାଡ଼ ହୋଇଥିବା ଆଶଭ୍କା କରାଯାଉଛି। ତାଙ୍କ ଗୋଡ ଓ ଅନ୍ୟାନ୍ୟ ସ୍ଥାନରେ ମାଡ଼ ମରାଯାଇଥିବାରୁ  ସେଠାରେ ମାନର ଚିହ୍ନ ରହିଛି। ୁଏତ ପରକୀୟ ପ୍ରୀତି ପାଇଁ କେଦାର ଓ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରାଯାଇ ସେଠାରେ ଟାଙ୍ଗି ଦିଆଯାଇଥିବା ଆଶଙ୍କା କରାଯାଉଛି। ଉଭୟଙ୍କୁ ଯୁବତୀଙ୍କ ଓଢ଼ଣୀକୁ ଦୁଇଫାଳ କରି ଚିରାଯାଇ ସେଥିରେ ଟାଙ୍ଗି ଦିଆଯାଇଛି ବୋଲିି ଲୋକେ ଆଶଙ୍କା କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି, ସମ୍ପୃକ୍ତ ଯୁବତୀଙ୍କୁ କେହି ଚିହ୍ନ ନାହାଁନ୍ତି। ହୁଏତ ସେ ନିକଟବର୍ତ୍ତୀ ଅନ୍ୟ କେଉଁ ଗାଁର ହୋଇ ଥାଇପାରନ୍ତି ବୋଲି ଲୋକେ କହୁଛନ୍ତି। ପୁଲିସ ଆସି ଘଟଣାର ତଦନ୍ତ କରିବା ପରେ ସବୁ କଥା ଜଣାପଡ଼ିବ।

By amfnews

Related Post