Sat. Sep 12th, 2026

ପୁଲିସ ଉପରକୁ ଗୁଳି ଚଳାଇ ଖସି ଯାଉଥିବା ଅଭିଯୁକ୍ତକୁ କାବୁ କଲା ପୁଲିସ

304 Views

ଜୟପୁର: ଆଜି ଭୋର ଭୋରରୁ ପୁଲିସ ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଦୁର୍ଦ୍ଦାନ୍ତ ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଅଭିଯୁକ୍ତ ଜଣକ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା ।ଜବାବରେ ପୁଲିସ ପକ୍ଷରୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଅଭିଯୁକ୍ତକୁ କାବୁ କରାଯାଇଛି। ଏହି ଅପରାଧୀ-ପୁଲିସ ଗୁଳି ବିନିମୟରେ କେହି ଆହତ ହୋଇ ନ ଥିବା ବେଳେ ଅପରାଧୀର ଗୁଳିରେ ପୁଲିସ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଅଭିଯୁକ୍ତ ଠାରୁ ପୁଲି ଗୋଟିଏ ଦେଶୀ ରିଭଲଭର, ୨ ରାଉଣ୍ଡ ଗୁଳି ଓ ଅନ୍ୟନ୍ୟା ସାମଗ୍ରୀ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଜୟପୁରର ପୁରୁଣାଗଡ଼ ବାଇପାସ ନିକଟରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବହୁ ଅପରାଧିକମାମଲାରେ ଜଡ଼ିତ ଜିତୁ କଣା ଓରଫ ଶିବ ଶଙ୍କର ପାଣିଗ୍ରାହୀଓ ତାର ଅନ୍ୟ ଜଣେ ସହଯୋଗୀ ସେହିବାଟରେ ଏକ ବାଇକ ଯୋଗେ ଯାଉଥିବା ଜାଣି ଭୋର ପ୍ରାୟ ସାଢ଼େ ୪ଟା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା। ମାତ୍ର ଜିତୁ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଚଷ୍ଟା କରିଥିଲା। ଜିତୁର ଗୋଟିଏ ଗୁଳି ପୁଲିସ ଗାଡ଼ିର ବାମପଟ ଡୋର୍‌ରେ ବାଜିଥିଲା। ପରେ ପୁଲିସ ୨ ରାଉଣ୍ଡ ଗୁଳି ଚଳାଇ ଜିତୁକୁ କାବୁ କରିଥିଲା। ମାତ୍ର ତାର ଅନ୍ୟ ସହଯୋଗୀଟି ବାଇକ ଯେଗେ ଖସିଯିବାକୁ ସକ୍ଷମ ହୋଇଛି।

By amfnews

Related Post