Wed. Sep 9th, 2026

ବିଜେପୁର ଉପନିର୍ବାଚନ ପୂର୍ବରୁ କାର୍‌ରୁ ୧୯ ଲକ୍ଷ ଜବତ

201 Views

ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ କସରତ ଆରମ୍ଭ ହୋଇଗଲାଣି। ଏବେ ସେଠାରେ ବଡ଼ ବଡ଼ ନେତା, ମନ୍ତ୍ରୀ ଭିଡ଼ ଜମାଇଲେଣି। ଏପରି ସ୍ଥିତିରେ ଗତକାଲି ରାତିରେ ବରଗଡ଼ ଜିଲ୍ଲା ବରାପାଲିରୁ ୧୯ ଲକ୍ଷ ଟଙ୍କା ଜବତ କରିଛି ଫ୍ଳାଇଂ ସ୍କ୍ୱାର୍ଡ । ପରାଗ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ କାର୍‌ରୁ ଏହି ଟଙ୍କା ଜବତ କରାଯାଇଛି। ତାଙ୍କ ଘର ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବଗବାହାଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ସେ  ଜଣେ ବ୍ୟବସାୟୀ ବୋଲି ପୁଲିସ୍ ଆଗରେ କହିଛନ୍ତି।

ଗତ ରାତିରେ ବଲାଙ୍ଗିର ସୀମାରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବରପାଲି ବିଡିଓ ଓ ଫ୍ଳାଇଂ ସ୍କ୍ୱାର୍ଡ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ପରାଗ ବରପାଲି ରାସ୍ତା ଦେଇ କାର୍‌ରେ ଯାଉଥିଲେ । ଫ୍ଳାଇଂ ସ୍କ୍ୱାର୍ଡ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ତାଙ୍କ ଗାଡ଼ି ଭିତରରୁ ୧୯ ଲକ୍ଷ ଟଙ୍କା ବାହାରିଥିଲା। ତେବେ ଏହି ଟଙ୍କା କେଉଁଠୁ ଆସିଲା, ପରାଗ କୁଆଡ଼େ ନେଉଥିଲେ ସେନେଇ ଆୟକର ବିଭାଗ ତଦନ୍ତ କରିବ ବୋଲି ପୁଲିସ୍‌ କହିଛି। ଏହି ଟଙ୍କା ମୋର। ବ୍ୟବସାୟ ପାଇଁ ମୁଁ ଟଙ୍କା ଆଣିଥିଲି ବୋଲି ପରାଗ ପୁଲିସ୍‌କୁ ସୂଚନା ଦେଇଛନ୍ତି।

By amfnews

Related Post