Wed. Oct 7th, 2026

ଆକ୍ସନ ମୁଡ୍‌ରେ ବ୍ରହ୍ମପୁର ପୁଲିସ୍‌; ୧୫ ଜୁଆଡ଼ି ଗିରଫ

250 Views

ବ୍ରହ୍ମପୁର : ବ୍ରହ୍ମପୁରରେ ଜୁଆ ଆଡ୍ଡା ଜମୁଥିବା ନେଇ  ଖବର ପ୍ରସାରଣ ପରେ ସେଠାକାର ପୁଲିସ୍‌ ଆକ୍ସନ ମୁଡ୍‌କୁ ଚାଲି ଆସିଛି।  କୁମାର ପୂର୍ଣ୍ଣମୀ ପୂର୍ବରୁ ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢ଼ଉ ଆରମ୍ଭ କରି ଦେଇଛି ପୁଲିସ୍‌।

ଗତକାଲି ବିଳମ୍ବିତ ରାତିରେ ଟାଉନ ଥାନାର ଭୀମା ରାଓ ପେଟାସାହିରେ ପୁଲିସ୍‌ ଚଢ଼ଉ କରିଥିଲା । ଚଢ଼ଉ ବେଳେ ୧୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୭ ଲକ୍ଷ ୬୮ ହଜାର ଟଙ୍କା ଜବତ କରିଥିଲା । ଏହାସହ ସେମାନଙ୍କ ପାଖରୁ ୧୬ଟି ମୋବାଇଲ ଓ ୫ଟି ବାଇକ୍‌ ଜବତ ହୋଇଥିଲା।

By amfnews

Related Post