Tue. Sep 29th, 2026

ବିଜେପିକୁ ମାତ୍ର ୫ ବର୍ଷ ଶାସନ କ୍ଷମତାକୁ ଆଣିଲେ, ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରି ଦେଖାଇବୁ: କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

358 Views

ଭୁବନେଶ୍ୱର:ଆଜି ଦିନିକିଆ ଓଡିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ଯାଜପୁରର ବରୀରେ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି ଯେ ଓଡ଼ିଶାରେ ବିଜେଡି ୨୦ ବର୍ଷ ହେଲା ଶାସନ କରିଛି। ବିଜେପିକୁ ମାତ୍ର ୫ ବର୍ଷ ଶାସନ କ୍ଷମତାକୁ ଆଣିଲେ ଓଡ଼ିଶାର ବିକାଶ ହେବ ଏହାକୁ ଏକ ନମ୍ବର ରାଜ୍ୟରେ ପରିଣତ କରି ଦେଖାଇବୁ। ଯେଉଁଠି ବିଜେପି ସରକାର ଚାଲିଛି ସେଠାରେ ବିକାଶ ଦେଖି ଆସନ୍ତୁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।

ଦେଶର ଅଧିକାଂଶ ରାଜ୍ୟ ଆୟୁଷ୍ମାନ ଯୋଜନା ଲାଗୁ କରିଥିବା ବେଳେ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଭଳି ଲୋକଙ୍କ ପାଇଁ ହିତକାରୀ ଯୋଜନାକୁ ଲାଗୁ କରୁ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।ଏହାଫଳରେ ଗରିବ ଲୋକେ ହତାଶ ହୋଇଛନ୍ତି ବୋଲି ସେ କହିଛନ୍ତି।କଂଗ୍ରେସକୁ ଟାର୍ଗେଟ୍ କରି ରାଜନାଥ ସିଂହ କହିଛନ୍ତି ଯେବେ ଭାରତ କଂଗ୍ରେସମୁକ୍ତ ହେବ, ତେବେ ଭାରତ ଗରିବୀମୁକ୍ତ ହେବ। ଏହାପରେ ରାଜନାଥ ସିଂହ ଜଗତସିଂପୁର ଲୋକସଭା ଆସନ ଅନ୍ତର୍ଗତ ନିମାପଡା ଏବଂ ଭଦ୍ରକର ଚାନ୍ଦବାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

By amfnews

Related Post