Thu. Jun 11th, 2026

ମମତା ବାନାର୍ଜୀଙ୍କ ପୁତୁରା ସାଂସଦ ଅଭିଷେକ ବାନାର୍ଜୀଙ୍କ ସଂପତ୍ତିରେ ତିନି ଗୁଣା ବୃଦ୍ଧି

358 Views

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସଂପତ୍ତିରେ ତିନି ଗୁଣା ବୃଦ୍ଧି ପାଇଛି। ସେ ଡାଇମଣ୍ଡ ହାର୍ବର ଆସନରୁ ଦ୍ୱିତୀୟ ଥର ପାଇଁ ଅଭିଷେକ ଲୋକସଭା ନିର୍ବାଚନ ଲଢୁଛନ୍ତି। ଟିଏମସି ସାଂସଦ ଅଭିଷେକ ନିଜର ପ୍ରାର୍ଥୀପତ୍ରରେ ଦର୍ଶାଇଥିବା ସଂପତ୍ତିର ମୂଲ୍ୟ ୩୧ଲକ୍ଷ ୪୦ ହଜାର ଟଙ୍କା ଦର୍ଶାଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୪ରେ ତାଙ୍କ ସଂପତ୍ତିର ମୂଲ୍ୟ ଥିଲା ୨୩ ଲକ୍ଷ ୫୭ ହଜାର ଟଙ୍କା। ଏପରି ଭାବେ ତାଙ୍କ ସଂପତ୍ତିର ମୂଲ୍ୟ ତିନି ଗୁଣା ହୋଇଥିବା ଜଣାଯାଇଛି। ୩୧ ବର୍ଷୀୟ ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ ପାଖରେ ୩୦ ଗ୍ରାମ ସୁନା, ଯାହାର ଆନୁମାନିକ ମୂଲ୍ୟ ୯୬ ହଜାର ଟଙ୍କା ଓ ୪୦ ଗ୍ରାମର ରୂପା, ଯାହାର ମୂଲ୍ୟ ୧୫୦୦ ଟଙ୍କା ଥିବା ଜଣାଯାଇଛି।

ପ୍ରାର୍ଥୀପତ୍ରରେ ଅଭିଷେକ ବାନାର୍ଜୀ ନିଜର ଠିକଣା ୩୦ ବି ହରିଶ ଚାଟାର୍ଜୀ ଷ୍ଟ୍ରିଟ୍‌ ବୋଲି ଦର୍ଶାଇଛନ୍ତି। ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ମଧ୍ୟ ଠିକଣା। ତାଙ୍କ ପାଖରେ କୌଣସି ବ୍ୟାବସାୟିକ ବା ଆବାସିକ ଘର ନଥିବା ଦର୍ଶାଇଛନ୍ତି ଅଭିଷେକ ବାନାର୍ଜୀ।

By amfnews

Related Post