Thu. Jul 2nd, 2026

ବିଜେପି ନେତାଙ୍କ ଦାଦାଗିରି: ବ୍ୟକ୍ତିଙ୍କୁ ପିଟିଲେ, ଗର୍ଲଫ୍ରେଣ୍ଡଙ୍କୁ ଅସଦାଚରଣ କଲେ

216 Views

କୋଲକାତା: ବିଜେପି ନେତା ଅନୁପମ ହଜରାଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ସେ ପବ ଭିତରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଅସଦାଚରଣ କରିଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ପୁଲିସ୍‌ ଅନୁପମଙ୍କ ନାଁରେ ମାମଲା ରୁଜୁ କରିଛି।

କୋଲକାତାରେ ଏକ ପବରେ ଟିଏମସିର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଜେପି ନେତା ଅନୁପମ ତାଙ୍କ ସାଙ୍ଗ ମାନଙ୍କ ସହ ଯାଇଥିଲେ। ଏହି ସମୟରେ ପବରେ କସବା ଅଞ୍ଚଳର ସୁରେଶ ରୟ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ନାଚଗୀତରେ ମସଗୁଲ ଥିଲେ। ତେବେ ଅନୁପମଙ୍କୁ ଦେଖି ବ୍ୟକ୍ତି ଜଣଙ୍କ ତାଙ୍କ ସହ ସେଲଫି ନେବାକୁ ଚାହିଁଥିଲେ।

ହେଲେ ଏଥିରେ ଉତକ୍ଷିପ୍ତ ହୋଇ ଅନୁପମ ତାଙ୍କୁ ମାଡ଼ ମାରିଥିଲେ ଏବଂ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟ ଅଭଦ୍ର ବ୍ୟବହାର କରିଥିଲେ। ଏପରି କି ଅନୁପମ ପାଟିତୁଣ୍ଡ ମଧ୍ୟରେ ସୁରେଶଙ୍କ ସୁନା ଚେନ ନେଇ ଯାଇଥିବା ସେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ଏବେ ପବ୍‌ର ସିସିଟିଭି ଫୁଟେଜ ଯାଞ୍ଚ କରିବା ଆରମ୍ଭ କରିଛି। ଏଥିସହ ମ୍ୟାନେଜର ଓ ସେଠାରେ ଉପସ୍ଥିତ ଲୋକଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି।

By amfnews

Related Post