Sun. Oct 18th, 2026

ଟ୍ରମ୍ପଙ୍କୁ ଫୋନ କଲେ ମୋଦି, କ’ଣ କହିଲେ ଜାଣନ୍ତୁ

209 Views

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିଳମ୍ବିତ ରାତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ କରିଛନ୍ତି। ନୂଆବର୍ଷ ଶୁଭେଚ୍ଛା ଜଣାଇବା ଓ ଭାରତ-ଆମେରିକା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ମୋଦି ଏଭଳି ଫୋନ କରିଥିବା ଜଣାପଡ଼ିଛି।

ମୋଦି ଫୋନ କରି ପ୍ରଥମେ ଟ୍ରମ୍ପ, ତାଙ୍କ ପରିବାର ଲୋକ ଓ ଆମେରିକାବାସୀଙ୍କୁ ଭାରତ ପକ୍ଷରୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏଇ କିଛି ବର୍ଷ ମଧ୍ୟରେ ଭାରତ ଓ ଆମେରିକା ସମ୍ପର୍କ କେଉଁଭଳି ଭାବେ ସୁଦୃଢ଼ ହୋଇଛି, ସେକଥା ମଧ୍ୟ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ସରକାରୀ ବିବୃତି ଅନୁସାରେ, ଆଗକୁ କେମିତି ଭାରତ-ଆମେରିକା ସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ ସେ ବିଷୟରେ ମଧ୍ୟ ଉଭୟ ନେତା କଥା ହୋଇଛନ୍ତି।

ଟ୍ରମ୍ପ ମଧ୍ୟ ଭାରତ ସହ ଗଢ଼ି ଉଠିଥିବା ସମ୍ପର୍କକୁ ପ୍ରଶଂସା କରିବା ସହ ଆଗକୁ ମଧ୍ୟ ଉଭୟ ଦେଶ ପରସ୍ପରର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏଥିସହ ସେ ମଧ୍ୟ ମୋଦି ଓ ଭାରତବାସୀଙ୍କୁ ଆମେରିକା ତରଫରୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

By amfnews

Related Post