Sat. May 16th, 2026

ବିଜେଡି ପଦଯାତ୍ରାକୁ ନଯିବାରୁ ଅାକ୍ରମଣ ଅଭିଯୋଗ

191 Views

ନୟାଗଡ଼, ୧୨ା୧୧: ବିଜେଡି ପଦଯାତ୍ରାକୁ ନଯିବାରୁ ଦୁଇ ପରିବାରର ୫ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ଗାଁରେ ଏହି ଘଟଣା ଘଟିଛି।ଆହତଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ଶଙ୍ଖେଇ ଗାଁରେ ବିଜେଡିର ଏକ ପଦଯାତ୍ରା ହୋଇଥିଲା। ତେବେ ପଦଯାତ୍ରାରେ ସାମିଲ ହୋଇନଥିବାରୁ ଏହି ଆକ୍ରମଣ ହୋଇଥିବା ଆହତମାନେ ଅଭିଯୋଗ କରିଛନ୍ତି।ଅନ୍ୟପଟେ, ଏହି ପ୍ରସଙ୍ଗରେ ପୁଲିସ୍‌ କି ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

By amfnews

Related Post