Sat. Oct 3rd, 2026

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ଦିନ: ଯୋଗଦେଲେ ଅମ୍ବାନୀ

231 Views

ଭୁବନେଶ୍ୱର, ୧୨ା୧୧: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୧୮ର ଆଜି ଦ୍ୱିତୀୟ ଦିନରେ ଗୁରୁତ୍ୱପୂର୍ଣ୍ଣ ବିଜ୍‌ନେସ୍ ଲିଡର୍‌ସିପ୍ ସମିଟ୍ ଅନୁଷ୍ଠିତ ହେଉଛି। ଏଥିରେ ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଛନ୍ତି।ମୁକେଶଙ୍କ ସହିତ ନବୀନ ଜିନ୍ଦଲ୍‌,  ସଜ୍ଜନ ଜିନ୍ଦଲ୍‌, ଗୌତମ ଅଦାନୀ, ରଜୀନସ କୁମାର, ସଞ୍ଜୀବ ପୁରୀ ମଧ୍ୟ  କନ୍‌କ୍ଲେଭ୍‌ରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।କନ୍‌କ୍ଲେଭ୍‌ରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି ସେ ଅପରାହ୍ନରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

୪ ଦିନ ବ୍ୟାପୀ ବିଭାଗଓ୍ୱାରୀ ପୁଞ୍ଜି ନିବେଶ ଉପରେ ଅଧିବେଶନମାନ ଆୟୋଜିତ ହେବ। ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବା ତଥା ଦେଶ ବିଦେଶର ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଆସନ୍ତା ୧୫ ତାରିଖ ଯାଏ ଏହି ନିବେଶକ ସମ୍ମିଳନୀ ଚାଲିବ।

By amfnews

Related Post