Wed. Jul 1st, 2026

ବିଜୁ ଏକ୍ସପ୍ରେସୱେ କଡ଼ରେ ହାତୀପଲ, ଘଉଡ଼ାଇବାର ପ୍ରୟାସ ଜାରି ରଖିଛନ୍ତି ବନ ବିଭାଗ

262 Views

କୁତ୍ରା  :  ସୁନ୍ଦରଗଡ଼ ଜିଲ୍ଲାର ଗୁତ୍ରା ବ୍ଲକ ଅନ୍ତର୍ଗତ ଗଙ୍ଗାଜଳ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେ କଡ଼ରେ ଆଜି ସକାଳେ ହାତୀପଲ ଦେଖିବାକୁ ମିଳିଛି। ଏହି ପଲରେ ୧୬ଜଣ ହାତୀ ଥିବାର ସୂଚନା ମିଳିଛି। ଏମାନଙ୍କ ଭିତରେ ଗୋଟିଏ ଚାରି ଦିନର ଛୁଆ ହାତୀ ବି ଥିବା ଜଣାଯାଇଛି। ଏହାପରେ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡ଼ାଇବାର ପ୍ରୟାସ ଜାରି ରଖିଥିବା ଜଣାଯାଇଛି।

ଏହାଫଳରେ ରାଉରକେଲା- ସମ୍ବଲପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାର ଖବର ମିଳିଛି। ଉଭୟପଟୁ ଆସୁଥିବା ଶହଶହ ସଂଖ୍ୟକ ଯାନବାହନ ରାସ୍ତାରେ ଅଟକି ରହିଥିବାର ସୂଚନା ମିଳିଛି। ଏହି ଅଞ୍ଚଳରେ ହାତୀମାନଙ୍କୁ ବର୍ଷର ଅଧିକାଂଶ ସମୟରେ ଯାତାୟତ କରୁଥିବା ଦେଖିବାର ମିଳିଥାଏ। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ଏହି ହାତୀପଲ ପଞ୍ଚରାରୁ ଆସି କୁତ୍ରା ବ୍ଲକର ବହୁ ଧାନ ଖେତରେ ପଶି ଧାନ ନଷ୍ଟ କରିଥିବା ଜଣାଯାଇଛି।

ଆଜି ସକାଳ ୮ଟାରୁ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡ଼ାଇବାର ପ୍ରୟାସ ଜାରି ରଖିଛନ୍ତି। ଏହା ସେ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

By amfnews

Related Post