Mon. Sep 21st, 2026

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବକୁ ବିରୋଧ କରି ଯୁବ ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ଅନଶନ ଜାରି

290 Views

ରାୟଗଡା  :  ଜୁନାଗଡ-ଭୁବନେଶ୍ୱର ଏକ୍ସପ୍ରେସ ରାୟଗଡା ବଦଳରେ ଟିଟିଲାଗଡ଼ ଦେଇ ଚଳାଚଳ କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବକୁ ବିରୋଧ କରି ଆଜି ଯୁବ ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ଅନଶନ ଜାରି ରହିଥିବାର ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ପରିଷଦ ସଭାପତି ଶିବାଜୀ ଦାଶଙ୍କ ସହ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦ ପଣ୍ଡା, ସାମାଜିକ କର୍ମୀ ରବୀନ୍ଦ୍ର ପାଟଖଣ୍ଡାଳ ପ୍ରମୁଖ ଅନଶନରେ ସାମିଲ ହୋଇଛନ୍ତି। ରେଳ ମନ୍ତ୍ରଣାଳୟ ନିଷ୍ପତ୍ତିରେ ପରିବର୍ତ୍ତନ କଲେ ରାୟଗଡା ଦେଇ ଚଳାଚଳ କରୁଥିବା ସମସ୍ତ ଟ୍ରେନ ବନ୍ଦ କରିବାକୁ ଚେତାବନୀ ଦେଇଛି ଯୁବ ବିକାଶ ପରିଷଦ ।

Image result for junagarh bhubaneswar express

ଏହି ପ୍ରସ୍ତାବକୁ ବିରୋଧ କରି ଆଗରୁ ଦୁଇ ସାଂସଦ ସପ୍ତଗିରି ଉଲ୍ଲାକା ଏବଂ ଏନ୍ ଭାସ୍କର ରାଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଦାବି ଜଣାଇଥିଲେ।ଦୀର୍ଘ ୧୦ ବର୍ଷର ଦାବିପରେ କେନ୍ଦ୍ର ସରକାର ନୂଆଦିଲ୍ଲୀରୁ ସିଧାସଳଖ ରାୟଗଡ଼ାକୁ ଏହି ଟ୍ରେନକୁ ମଂଜୁର କରିଥିଲେ।

By amfnews

Related Post