Sun. Sep 20th, 2026

ବିଖ୍ୟାତ ଜ୍ୟୋତିଷ ବେଜାନ୍‌ ଦାରୁୱାଲାଙ୍କ ପରଲୋକ

370 Views

ଅହମଦାବାଦ : ବିଖ୍ୟାତ ଜ୍ୟୋତିଷ ବେଜାନ୍‌ ଦାରୁୱାଲାଙ୍କର ୯୦ ବର୍ଷ ବୟସରେ ସ୍ଥାନୀୟ ଏକ ହସପିଟାଲରେ ପରଲୋକ ହୋଇଯାଇଛି। ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଅହମଦାବାଦର ଏକ ହସପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କର ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଯାଇଥିବା ଜଣାପଡ଼ିଥିଲା। ଦାରୁୱାଲା ହିଁ ଅଟଳ ବିହାରୀ ବାଜପେୟୀ, ମୋରାରଜୀ ଦେଶାଇ ଓ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱ, ଏପରିକି ରାଜୀବ ଗାନ୍ଧିଙ୍କ ହତ୍ୟା, ସଂଜୟ ଗାନ୍ଧିଙ୍କ ଦୁର୍ଘଟଣା, ଭୋପାଳ ଗ୍ୟାସ୍‌ ଦୁର୍ଘଟଣାର ଭବିଷ୍ୟବାଣୀ କରିଥିଲେ। ସେ ଜୋରାଷ୍ଟ୍ରିଆନ୍‌ ଧର୍ମରେ ବିଶ୍ୱାସ କରୁଥିଲେ ବି ଶ୍ରୀଗଣେଷଙ୍କର ଭକ୍ତ ଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ନାଗରିକଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

By amfnews

Related Post