Sat. Jul 18th, 2026

କୋଇଲା ଟ୍ରେନରୁ ଯୁବକଙ୍କ ଗଳିତ ଶବ ଉଦ୍ଧା

454 Views

ନାଲକୋନଗର: ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ୍ ଅନ୍ତର୍ଗତ ସିପିପି ପ୍ଲାଣ୍ଟକୁ ଆଜି ସକାଳେ ଆସିଥିବା ଏକ କୋଇଲା ବୋଝେଇ ଟ୍ରେନରେ ମୃତ ଯୁବକଙ୍କ  ଗଳିତ ଶବ ପଡ଼ିଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ୪ଟା ସମୟରେ  ଭରତପୁର କୋଇଲା ଖଣିରେ କୋଇଲା ଲୋଡିଙ୍ଗ ହୋଇ   ଟ୍ରେନ ଯୋଗେ ନାଲକୋ ସିପିପି ପ୍ଲାଣ୍ଟକୁ ସକାଳ ୫ଟା ସମୟରେ କୋଇଲା ବୋଝେଇ ଟ୍ରେନ ଆସିଥିଲା।

ସକାଳ ୮ଟା ସମୟରେ  କୋଇଲା ବୋଝେଇ ଟ୍ରେନ ଡବା ରୁ କୋଇଲା ଅନଲୋଡିଙ୍ଗ ହେବା ସମୟ ରେ ଏକ ମୃତ ଯୁବକଙ୍କ  ଶବ ଦେଖିବାକୁ ମିଳିଥିଲା। ପାଖରେ କାମ କରୁଥିବା ଶ୍ରମିକ ଏହା ଜାଣିବା ପରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଥିଲେ। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ମୃତ ଯୁବକ ଜଣଙ୍କ ଲୁଙ୍ଗି ଓ ଗଞ୍ଜି ପିନ୍ଧିଥିବା ଦେଖି ଖଣି କର୍ମଚାରୀ ହୋଇନଥିବା ସନ୍ଦେହ କରାଯାଉଛି।

କୋଇଲା ଚୋରି କଲା ସମୟରେ ଅଘଟଣ ଘଟିଥିବା ପୁଲିସ ସନ୍ଦେହ କରୁଛି। ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ହେବା ପରେ ବଡ଼ଜୋରଡ଼ା ଗ୍ରାମର ଯୁବକ ବୋଲି ଚିହ୍ନଟ ହେବା ପରେ ବଡ଼ ଜୋରଡ଼ା ଗ୍ରାମବାସୀ କ୍ଷତିପୂରଣ ଦାବିରେ ଭରତପୁର କୋଇଲା ଲୋଡିଙ୍ଗ ପଏଣ୍ଟରେ ଟ୍ରେନ ଚଳାଚଳ ବନ୍ଦ ବନ୍ଦ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ମୃତ ଯୁବକଜଣକ କଳିଙ୍ଗ ଡିଏଭି ସ୍କୁଲ ନିକଟ ଦେଇ ଯାଇଥିବା କନଭୟର ବେଲ୍ଟ-୪ ନିକଟରେ ଏକ ବାଇକ ଉପରେ ପ୍ୟାଣ୍ଟ ସାର୍ଟ ଖୋଲି  ଛାଡ଼ି   କୋଇଲା  ଚୋରି କରୁଥିବା ବେଳେ ଦୁର୍ଘଟଣା ହେବା ପରେ ତାଙ୍କର  ମୃତ୍ୟୁ  ଘଟିଥିବା ସୂଚନା ମିଳିଛି। ମୃତ ଯୁବକଜଣକ ନଖିଆ ପ୍ରଧାନ ବୋଲି ଜଣାଯାଇଛି।

By amfnews

Related Post