Thu. Jul 2nd, 2026

ବାହାଘର ପରେ ମୁମ୍ବାଇ ଫେରିଲେ ରଣବୀର-ଦୀପିକା

256 Views

ମୁମ୍ବାଇ, ନଭେମ୍ବର ୧୮: ଆଜି(ନଭେମ୍ବର ୧୮ରେ) ସକାଳେ ବଲିଉଡର ହଟ୍‌ ନାୟକ-ନାୟିକା ଯୋଡି ରଣବୀର-ଦୀପିକା ବିବାହପରେ ଭାରତ ଫେରିଛନ୍ତି। ବିବାହପରେ ସ୍ୱାମୀ-ସ୍ତ୍ରୀଭାବେ ପ୍ରଥମଥରଲାଗି ଏ ଦୁହେଁ ମୁମ୍ବାଇ ବିମାନ ବନ୍ଦରରେ ନଜର ଆସିଛନ୍ତି। ଏହି ସମୟରେ କ୍ରିମ୍‌ କଲରର କୁର୍ତ୍ତା ପାଇଜାମା,ଏବଂ ଲାଲ୍‌ ଜାକେଟ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଠିକ୍‌ ସେହିପରି ଦୀପିକା ପାଦୁକୋନ୍‌ ମଧ୍ୟ କ୍ରିମ୍‌ କଲରର ସୁଟ୍‌ ଏବଂ ଲାଲ ଚୁନ୍ନୀ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଉଭୟେ ହସି ହସି ଫ୍ୟାନମାନଙ୍କୁ ଅଭିବାଦନ କରୁଥିବାର ଦେଖିବାକୁ ମିଳିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୧୪ ଓ ୧୫ ତାରିଖରେ ପ୍ରଥମେ କୋଙ୍କଣୀ ଓ ପରେ ସିନ୍ଧୀ ଶୈଳୀରେ ଇଟାଲିର ଲେକ୍ କେମୋ ଠାରେ ବଲିଉଡର ଦୁଇ ସଫଳ ତାରକା ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ସଂପନ୍ନ ହୋଇଥିଲା। ନଭେମ୍ବର ୨୧ରେ ପାଦୁକୋନ୍ ପରିବାର ବେଙ୍ଗାଲୁରୁରେ ଏବଂ ନଭେମ୍ବର ୨୮ରେ ସିଂ ପରିବାର ମୁମ୍ବାଇରେ ରିସେପ୍ସନ୍ ପାର୍ଟି ଆୟୋଜନ କରୁଛନ୍ତି , ଯେଉଁଥିରେ ଅନେକ ବଲିଉଡ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିବ।।

By amfnews

Related Post