Thu. Jul 2nd, 2026

ପି.ଚିଦାମ୍ବରମ୍‌ଙ୍କୁ କଂଗ୍ରେସକୁ ଫେରାଇ ଆଣିଥିଲେ ଅଭିନେତା ସଂଜୟ ଖାନ୍‌ !

490 Views

ମୁମ୍ବାଇ, ନଭେମ୍ବର ୧୮: ପ୍ରସିଦ୍ଧ ବଲିଉଡ ଅଭିନେତା- ନିର୍ମାତା-ନିର୍ଦ୍ଦେଶକ ସଂଜୟ ଖାନ୍‌ଙ୍କ ଆତ୍ମଜୀବନୀ ପୁସ୍ତକ ‘ଦି ବିଗ୍‌ ମିଷ୍ଟେକ୍‌ସ ଅଫ୍‌ ମାଇଁ ଲାଇଫ୍‌’ପ୍ରକାଶିତ ହୋଇଛି। ଏଥିରେ ସେ ନିଜର ରାଜନୈତିକ ଜୀବନୀକୁ ନେଇ ବଡ଼ ଖୁଲାସା କରିଛନ୍ତି।

ସଂଜୟ ଖାନ୍‌ ଲେଖିଛନ୍ତି ଯେ ତାଙ୍କୁ କଂଗ୍ରେସ୍‌ ଦଳ ଥରେ ଲୋକସଭା ଓ ଆଉ ଥରେ ରାଜ୍ୟସଭା ସାଂସଦ ପ୍ରାର୍ଥୀ ହେବା ଲାଗି ଅଫର୍‌ ଦେଇଥିଲା,ମାତ୍ର ସେ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ ତାଙ୍କର ଭଲ ସାଙ୍ଗ।
ଗୁଲାମ ନବୀ ଆଜାଦ୍‌ଙ୍କ ଯୋଗୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ କଂଗ୍ରେସର ଅଧ୍ୟକ୍ଷ ହୋଇପାରିଥିଲେ। ସେ ଆହୁରି ମଧ୍ୟ ଲେଖି ସୂଚିତ କରିଛନ୍ତି ଯେ, କଂଗ୍ରେସର ଅନ୍ୟ ବରିଷ୍ଠ ନେତା ପି.ଚିଦାମ୍ବରମ୍‌ଙ୍କୁ କଂଗ୍ରେସକୁ ଫେରାଇ ଆଣିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା।

୧୯୯୬ରେ କଂଗ୍ରେସ ଛାଡି ପି.ଚିଦାମ୍ବରମ୍‌ ଆଞ୍ଚଳିକ ଦଳ ତାମିଲ ମନୀଲା କଂଗ୍ରେସରେ ଯୋଗ ଦେଇଥିଲେ। ଏ ଦଳରୁ ପ୍ରତିନିଧିତ୍ୱ କରି ସେ ୧୯୯୬ କେନ୍ଦ୍ର ସରକାରରେ ମଧ୍ୟ ସାମିଲ ହୋଇଥିଲେ। ୧୯୯୮ରେ ସରକାର ଭାଙ୍ଗିବାପରେ ପି.ଚିଦାମ୍ବରମ୍‌ ପୁଣି କଂଗ୍ରେସରେ ସାମିଲ ହୋଇଥିଲେ।

By amfnews

Related Post