Mon. Aug 3rd, 2026

ବଲିଉଡର ଏହି ଦୁଇ ଭାଇ ପ୍ରଥମ ଥର ଏକାଠି ନଜର ଆସିବେ

261 Views

ମୁମ୍ବାଇ : ନିର୍ମାତା କରଣ ଜୋହରଙ୍କ ଧର୍ମା ପ୍ରଡକସନ୍‌ସ ବ୍ୟାନରରେ ପ୍ରସ୍ତୁତ ଏବଂ ନିର୍ଦ୍ଦେଶକ ଶଶାଙ୍କ ଖୈତନଙ୍କ ଫିଲ୍ମ ‘ଧଡ଼କ୍‌’ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇଥବା ଈଶାନ୍‌ ଖଟ୍ଟରଙ୍କୁ ନେଇ ପୁଣି ଚର୍ଚ୍ଚା।

ଏବେ ଆଉ ଏକ ଚର୍ଚ୍ଚା ବି ଜୋର୍‌ ଧରିଛି ଯେ ଈଶାନ୍‌ ଖୁବ୍‌ ବଡ଼ ଭାଇ ଶାହିଦ୍‌ କପୁରଙ୍କ ସହିତ ଏକ ଫିଲ୍ମରେ କାମ କରିବେ। ତାହା ହେଲା ‘ନୀରଜା’ ଭଳି ଉଚ୍ଚ ପ୍ରଶଂସିତ ସିନେମାର ନିର୍ଦ୍ଦେଶକଙ୍କ ଆଗାମୀ ଫିଲ୍ମ। ଏଥିରେ ଶାହିଦ୍‌ଙ୍କୁ ଜଣେ ବାଇକ୍‌ର ଭୂମିକାରେ ଦେଖିବାକୁ ମିଳିବ। ଏହା ଏକ ଆକ୍ସନ ଫିଲ୍ମ ବୋଲି ଜଣାଯାଇଛି। ଏଥିରେ ଈଶାନଙ୍କ ଶାହିଦଙ୍କ ସାନ ଭାଇ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାର ସୁଟିଂ ଆଗାମୀ ବର୍ଷ ଜାନୁଆରି ମାସରେ ଆରମ୍ଭ ହେବ ବୋଲି ଜଣାଯାଇଛି।

ଅଭିନେତା ଈଶାନ୍‌ ଖଟ୍ଟର ପିଲାଟି ଦିନରୁ ହିଁ ବଡ଼ ଭାଇ ଶାହିଦ୍‌ କପୁରଙ୍କୁ କପି କରୁଛନ୍ତି। ଏଥିସହିତ ଡ୍ୟାନ୍‌ସ ମାମଲାରେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଭାଇ ଶାହିଦ୍‌ଙ୍କୁ ନିଜର ଗୁରୁ ବୋଲି ମନେ କରନ୍ତି ବୋଲି କହିଛନ୍ତି। ଏଣୁ ବଡ଼ଭାଇଙ୍କ ସହ କାମ କରିବାର ମଜା ନିଆରା ହେବ ବୋଲି ସେ ଆଶା କରିଛନ୍ତି।

By amfnews

Related Post